Latest Odisha News

BREAKING NEWS

ସୁଶାନ୍ତ ରାଜପୁତ କେସ୍ : ବାପା ବିକଳ ହେଉଥିଲେ ପୁଅ ସହିତ କଥା ହେବା ପାଇଁ, ରିୟା ଓ ଶ୍ରୁତି କରାଇ ଦେଉ ନ ଥିଲେ

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସର ହସ୍ତଗତ ହୋଇଛି । ସୁଶାନ୍ତଙ୍କ ବାପା କେକେ ସିଂ କେତେଗୁଡିଏ ହ୍ୱାଟସଆପ ମେସଜ ରିୟା ଚକ୍ରବର୍ତି ଓ ଶ୍ରୁତି ମୋଦିଙ୍କ ନିକଟକୁ ପଠାଇଥିଲେ । ସେହି ମେସେଜରେ ସେ ପୁଅ ସହିତ କଥା ହେବାକୁ ଚାହୁଁଥିଲେ ବୋଲି ଜଣାପଡିଛି ।

୨୦୧୯ ନଭେମ୍ବର ୨୯ରେ ସେ ରିୟା ଓ ଶ୍ରୁତିଙ୍କୁ ମେସେଜ ପଠାଇଥିଲେ ଯେ, ମୁଁ ସୁଶାନ୍ତର ବାପା ଜାଣିବା ପରେ ତୁମେ କାହିଁକି କଥା ହେଲନି । ଯଦି ବନ୍ଧୁ ଭାବେ ତାର ଚିକିତ୍ସା କରୁଛି, ତାହା ହେଲ ଭଲ କଥା । ମାତ୍ର ବାପା ହିସାବରେ ମୋର ବି ଜାଣିବା ଜରୁରୀ । ମୁଁ ମୁମ୍ବାଇ ଯିବାକୁ ଚାହୁଁଛି । ମୋ ପାଇଁ ବିମାନ ଟିକେଟ ପଠାଇ ଦିଅ ବୋଲି ସେ ଲେଖିଥିଲେ । ଏହି ମେସଜ ପରେ ରିୟା ଓ ଶ୍ରୁତିଙ୍କ କାର୍ଯ୍ୟକଳାପ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଜଣେ ବାପାଠାରୁ ପୁଅକୁ କାହିଁକି ଦୂରେଇ ରଖା ଯାଉଥିଲା ବଡ ପ୍ରଶ୍ନ ଭାବେ ଉଭା ହୋଇଛି ।

Leave A Reply

Your email address will not be published.