ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ବାପା କେକେ ସିଂ ଗୁରୁବାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଅନୁସାରେ ମୃତକ ସୁଶାନ୍ତଙ୍କ ଲିଗାଏ ହେୟାର ଭାବେ ସେ ନିଜକୁ ଘୋଷଣା କରିଛନ୍ତି । ପରିବାର ସଦସ୍ୟ ବ୍ୟତୀତ ଅନ୍ୟ କେହି ସୁଶାନ୍ତ ବିଷୟରେ ବିନା ଅନୁମତିରେ କିଛି କହିପାରିବେ ନାହିଁ । ନିୟମ ଅନୁସାରେ ମୁଁ ମୋ ପୁଅର ଆଇନଗତ ଉତରାଧିକାରୀ ।
ସୁଶାନ୍ତଙ୍କ ଓକିଲ, ଚାର୍ଟଡ ଆକାଂଉଟ ଓ ପ୍ରଫେଶନାଲଙ୍କ ସେବା ଆଜିଠାରୁ ଶେଷ ହେଉଛି । ଯାହା କିଛି କହିବା କଥା ମୋତେ ସିଧାସଳଖ କହିବେ ବୋଲି ସିଂ କହିଛନ୍ତି ।ସୂଚନାଯୋଗ୍ୟ,ସୁଶାନ୍ତଙ୍କ ମୃତ୍ୟୁ କେସର ତଦନ୍ତ ସିବିଆଇକୁ ଦିଆଯିବା ଫଳରେ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି ।
Comments are closed.