Latest Odisha News

BREAKING NEWS

ଆଣ୍ଟିଜେନ୍ କିଟରେ ତ୍ରୁଟି; ହରିୟାଣା ଓ ଦିଲ୍ଲୀ ଫାର୍ମକୁ OSMCLର ନୋଟିସ

ଭୁବନେଶ୍ୱର: ସମ୍ବଲପୁରର ବୁର୍ଲାସ୍ଥିତ ଭିସୁଟରେ ତ୍ରୁଟିପୂର୍ଣ୍ଣ ଆଣ୍ଟିଜେନ୍ ଟେଷ୍ଟ କିଟ୍ ପ୍ରସଙ୍ଗ ନେଇ ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍ (ଓଏସ୍ଏମସିଏଲ୍) କିଟ୍ ଯୋଗାଉଥିବା ଦୁଇଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।

ଏହି ବିଜ୍ଞପ୍ତିରେ ଓଏସ୍ଏମସିଏଲ୍ ହରିୟାଣାର ଆଲପାଇନ୍ ବାୟୋମେଟିକାଲ୍ସ ପ୍ରାଇଭେଟ ଲିମିଟେଡ୍ ଏବଂ ଦିଲ୍ଲୀ ଓସ୍କାର ମେଡିକେୟାର ପ୍ରାଇଭେଟ ଲିମିଟେଡକୁ ତିନି ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି। ଏପରିକି ତ୍ରୁଟିପୂର୍ଣ୍ଣ ରାପିଡ୍ ଆଣ୍ଟିଜେନ୍ ଡିଟେକସନ୍ କିଟ୍ ଯୋଗାଣ ପାଇଁ ଫାର୍ମଗୁଡିକ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପଚରାଯାଇଛି।

Comments are closed.