ଭୁବନେଶ୍ୱର: କଳିଙ୍ଗ ସୁପର କପ୍-୨୦୨୫ର ବିଜେତା ହେଲା ଏଫସି ଗୋଆ । କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହେଉଥିବା କଳିଙ୍ଗ ସୁପର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶନିବାର ଅନୁଷ୍ଠିତ ହୋଇଥିଲା। ଏଫସି ଗୋଆ ଦଳ କଳିଙ୍ଗ ସୁପର କପ୍-୨୦୨୫ର ବିଜେତା ହୋଇଛି । ଏଫସି ଗୋଆ ଏବଂ ଜାମସେଦପୁର ଏଫସି ଦଳ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା । ଏଫସି ଗୋଆ ଦଳ ଫାଇନାଲ ମ୍ୟାଚ୍ରେ ବିପକ୍ଷ ଦଳକୁ ଏକତରଫା ୩-୦ ଗୋଲ୍ ରେ ପରାସ୍ତ କରି ୨ୟଥର ପାଇଁ କଳିଙ୍ଗ ସୁପର କପ୍ ର ଚମ୍ପିଆନ ହୋଇଛି ।

ଫାଇନାଲ ମୁକାବିଲାରେ ବୋର୍ଜା ହେରେରା ୨ଟି ଓ ଡେଜାନ ଡ୍ରାଜିକ୍ ଗୋଟିଏ ଲେଖାଏଁ ଗୋଲ୍ କରି ନିଜ ଟମ୍ କୁ ବିଜୟର ସ୍ବାଦ ଚଖାଇଛନ୍ତି ।
୨୦୧୯ରେ ଏହି କଳିଙ୍ଗ ଷ୍ଟାଡିୟମରେ ଏଫସି ଗୋଆ ଦଳ ବିପକ୍ଷ ଦଳ ଚେନ୍ନାଇନ୍ ଏଫସିକୁ ୨-୧ରେ ପରାସ୍ତ କରି ପ୍ରଥମ ଥର ପାଇଁ ସୁପର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ହୋଇଥିଲା ।
Borja bosses the Battle of Kalinga 👑
🧡 @FCGoaOfficial become first club to win two Super Cup trophies! 🏆🏆#FCGJFC #KalingaSuperCup #IndianFootball ⚽️ pic.twitter.com/cUmeb6YXzF
— Indian Football Team (@IndianFootball) May 3, 2025
ସୂଚନାଥାଉକି, ଏପ୍ରିଲ ୨୦ ତାରିଖ ଠାରୁ ମେ’ ୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ଠାରେ କଳିଙ୍ଗ ସୁପର କପ୍ -୨୦୨୫ର ଆୟୋଜନ କରାଯାଇଥିଲା। ଷ୍ଟାଡ଼ିୟମ୍ରେ ଦର୍ଶକ, କ୍ରୀଡ଼ାବିତ ଓ କ୍ରୀଡ଼ା ପ୍ରଶଂସକମାନେ ଅନୁଷ୍ଠିତ ହୋଇଥିବା ସମସ୍ତ ମ୍ୟାଚ୍ରେ ଉପସ୍ଥିତ ରହି ମ୍ୟାଚ୍କୁ ଉପଭୋଗ କରିବା ସହିତ ଫୁଟବଲରଙ୍କ ଉତ୍ସାହ ବଢେଇଥିଲେ ।
𝗕𝗔𝗖𝗞 𝗜𝗡 𝗔𝗦𝗜𝗔 𝗔𝗙𝗧𝗘𝗥 4️⃣ 𝗬𝗘𝗔𝗥𝗦! ✈️@FCGoaOfficial will fly India’s flag at the AFC Champions League Two 2025-26 🇮🇳🧡#IndianFootball ⚽️ pic.twitter.com/XmDvHbDuRm
— Indian Football Team (@IndianFootball) May 3, 2025

ତେବେ ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଝାରସୁଗୁଡ଼ା ବିଧାୟକ ତଥା ଓଡ଼ିଶା ଫୁଟବଲ୍ ସଂଘର ସଭାପତି ଟଙ୍କଧର ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ପ୍ରମୁଖ ଉପସ୍ଥିତ ରହି ସମସ୍ତ ଖେଳାଳୀମାନଙ୍କର ଉତ୍ସାହ ବର୍ଦ୍ଧନ କରିବା ସହିତ ବିଜେତା ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ।
Comments are closed.