ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଟି୨୦ ଅଧିନାୟକ ଏବେ ଶୁଭମନ ଗିଲଙ୍କୁ ମନେ ମନେ ଭୟ କରୁଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ହଁ ଏହା ସତ । ଗିଲ ମୋଠାରୁ ଟି୨୦ ଅଧିନାୟକ ପଦ ଛଡେଇ ନେବେ ବୋଲି ମନରେ ଆଶଙ୍କା ଉପୁଜୁଛି ବୋଲି ସେ କହିଛନ୍ତି । ଗିଲ ଏବେ ଟେଷ୍ଟ ପରେ ଦିିନିକିଆରେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି । ଟି୨୦ରେ ତାଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଅବଶ୍ୟ ଏହି ଡର ପରୋକ୍ଷରେ ମୋ ମନୋବଳ ବଢ଼ାଉଛି ବୋଲି ସୂର୍ଯ୍ୟକୁମାର କହିଛନ୍ତି । ଭଲ ପ୍ରଦର୍ଶନ କରି ଟିମରେ ସ୍ଥାନ ଏବଂ ଅଧିନାୟକ ଦାୟିତ୍ୱ ସୁରକ୍ଷିତ ରଖିବା ପାଇଁ ମୁଁ ଆପ୍ରାଣ ଉଦ୍ୟମ କରୁଛି ।
ଆମେ ଦୁଇଜଣ ପଡିଆ ଭିତରେ ଓ ବାହାରେ ଭଲ ବନ୍ଧୁ । ଭାରତୀୟ ଟିମର ୨ଟି ଫର୍ମାଟରେ ଅଧିନାୟକ ହେବା କମ କଥା ନୁହେଁ । ମୁଁ ତାଙ୍କ ନେଇ ଗର୍ବିତ ବୋଲି ସୂର୍ଯ୍ୟକୁମାର କହିଛନ୍ତି । ମୁଁ ସହଜରେ ଚାପଗ୍ରସ୍ତ ହୁଏନି । ଜଣେ ଖେଳାଳି ନିଜ ଖେଳ ପ୍ରତି ଧ୍ୟାନ ଦେଲେ ଆପେ ଆପେ ସବୁ କିଛି ଭଲ ହୋଇଯିବ । ଏଥିପାଇଁ ଚିନ୍ତାର ଆବଶ୍ୟକତା ନାହିଁ । ସୂର୍ଯ୍ୟକୁମାର ଏବେ କେତୋଟି ମ୍ୟାଚରେ ନିଜର ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନାହାନ୍ତି । ଫର୍ମ ଏବଂ ଫିଟନେସ ବଜାୟ ରଖିବା ଆଗକୁ ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହେବ ।
Comments are closed.