Latest Odisha News

ସକରାତ୍ମକ ମନୋଭାବ ଜାଗ୍ରତ ପାଇଁ ଗିନିଜ୍ ବୁକ୍ ଅଫ ରେକର୍ଡ଼ରେ ସ୍ଥାନିତ ହେଲେ ମହିଳା ଡ଼ାକ୍ତର

ଭୁବନେଶ୍ୱର: ସମ୍ମାନଜନକ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନୀତ ହେଲା ଓଡ଼ିଆ ମହିଳା ଡାକ୍ତର ଚିଦାତ୍ମିକା ଖଟୁଆଙ୍କ ନାମ । ଏଥ ସହିତ ମଧ୍ୟ ତାଙ୍କୁ ମିଳିଲା ଏଲଓଏସଡ଼ି ଏକ୍ସଲେନ୍ସ ପୁରସ୍କାର ୨୦୨୩ । ସମାଜରେ ବିଭିନ୍ନ ବର୍ଗର ଲୋକଙ୍କ ଭିତରେ ସକାରାତ୍ମକ ଭାବନା ତିଆରି କରିବା କ୍ଷେତ୍ରରେ ନିରନ୍ତର ଉଦ୍ୟମ ପାଇଁ ବିଶ୍ୱର ଅନ୍ୟ ୨୩ ଜଣଙ୍କ ସହିତ ଡାକ୍ତର ଚିଦାତ୍ମିକାଙ୍କୁ ଏହି ସମ୍ମାନଜନକ ସମ୍ମାନ ମିଳିଛି । ଗତ ୩ ତାରିଖରେ ପ୍ରସିଦ୍ଧ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

କେବଳ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହେଁ, ସମାଜରେ ବିଭିନ୍ନ କ୍ଷେତ୍ରରେ ଲୋକଙ୍କ ମନରେ ସକାରାତ୍ମକ ଭାବନା ତିଆରି କରିବା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି ବୋଲି ସେ କହିଛନ୍ତି । ଭୁବନେଶ୍ୱର ଫେରିବା ପରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିୟ ବିମାନ ବନ୍ଦରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡାକ୍ତର ଚିଦାତ୍ମିକା କହିଛନ୍ତି ବିଭିନ୍ନ ବର୍ଗର ଲୋକଙ୍କ ମନରେ ସକରାତ୍ମକ ଭାବନା ତିଆରି କରିବା ଦିଗରେ ସେ ଉଦ୍ୟମ କରି ଆସିଛନ୍ତି ଯାହା ଏବେ ନଜରକୁ ଆସିଛି । ଏହାର ମୁଖ୍ୟ ଲକ୍ଷ୍ୟ ସାମଗ୍ରୀକ ସଚେତନତା ଜାଗ୍ରତ କରିବା । ବିଶେଷ କରି ସମାଜରେ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକଙ୍କ ଉଥାନ ଓ ଆଦିବାସୀ ମହିଳାଙ୍କ ଭିତରେ ପରିବର୍ତ୍ତନ ପାଇଁ ସେ କରି ଆସିଥିବା ଉଦ୍ୟମ ଭିତରେ ଦୁଇଟି ପୁସ୍ତକ ‘ଆଦିନାରୀ’ ଓ “ଦିବ୍ୟଦୃଷ୍ଟି ବ୍ରେଲି” ଅନ୍ୟତମ । ତେବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ସେ ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶା ଲୋକଙ୍କ ଆଶିର୍ବାଦ ବୋଲି କହିଛନ୍ତି ।

Comments are closed.