Latest Odisha News

ଦିଲ୍ଲୀ-ଚେନ୍ନାଇ ବିମାନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ

ନୂଆଦିଲ୍ଲୀ: ଦିଲ୍ଲୀ-ଚେନ୍ନାଇ ବିମାନରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ୪୩ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ପୋଲିସର ସୂଚନାନୁସାରେ, ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଅଭିଯୁକ୍ତ ରାଜେଶ ଶର୍ମା ଇଣ୍ଡିଗୋ ବିମାନରେ ଉକ୍ତ ମହିଳାଙ୍କ ପଛରେ ବସିଥିଲେ। ଶୋଇଥିବା ସମୟରେ ସେ ତାଙ୍କୁ ଅସଦାଚରଣ କରିଥିଲେ।

ବିମାନଟି ଚେନ୍ନାଇରେ ଅପରାହ୍ନ ୪ଟା ୩୦ମି.ରେ ଅବତରଣ କରିବା ପରେ ମହିଳା ଜଣଙ୍କ ବିମାନ କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ। ଯାହାପରେ ସେ ପୋଲିସର ଅଭିଯୋଗ କରିଥିଲେ। ଭାରତୀୟ ଜୁଡିସିଆଲ୍ କୋଡ୍ ର ଧାରା ୭୫ (ଯୌନ ଉତ୍ପୀଡ଼ନ) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

ତେବେ ଇଣ୍ଡିଗୋ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

Leave A Reply

Your email address will not be published.