Latest Odisha News

ସଚିନ,ଲାରା, କୋହଲିଙ୍କ ରେକର୍ଡ ଭାଙ୍ଗି ପାରିଲେନି ରୁଟ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟରେ ଅଳ୍ପ କେତେଜଣ ବ୍ୟାଟ୍ସମ୍ୟାନ ୨୦୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ଏହି ତାଲିକାରେ ଏବେ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ସାମିଲ ହୋଇଛନ୍ତି । ତେବେ କମ ଇନିଂସରେ ୨୦୦୦୦ ରନ ପୂରଣ କରିବା ବିଶ୍ୱରେକର୍ଡ ଏବେ ବି ବିରାଟ କୋହଲିଙ୍କ ନାମରେ ରହିଛି । ସେ ୪୧୭ ଇନିଂସରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରା ତାଙ୍କ ପଛକୁ ୪୫୩ ଇନିଂସରେ ୨୦୦୦୦ ରନ କରିଥିଲେ ।

ଏବେ ଜୋ ରୁଟ ୪୫୮ ଇନିଂସରେ ଏହି ଲ୍ୟାଣ୍ଡମାର୍କ ଅତିକ୍ରମ କରିଛନ୍ତି । ସେ କୋହଲି, ସଚିନ ଓ ଲାରାଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି । ଏ ପର୍ଯ୍ୟନ୍ତ ୧୩ ଜଣ ବ୍ୟାଟ୍ସମ୍ୟାନ ୨୦୦୦୦ ରନ ସଂଗ୍ରହ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ଏବେ ବି ସର୍ବାଧିକ ରନ ସଂଗ୍ରହରେ ସଚିନ ଶୀର୍ଷରେ ରହିଛନ୍ତି । ସେ ୩୪,୩୫୭ ରନ କରିଥିବା ବେଳେ ୨୮୦୧୬ ରନ ସହ କୁମାର ସଙ୍ଗକାରା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରିକି ପଂଟି ୨୭୪୮୩ ରନ ସହ ତୃତୀୟ ଓ କୋହଲି ୨୭୦୪୧ ରନ ସହ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି ।

ଏହି ତାଲିକାରେ ମାହେଲା ଜୟବର୍ଦ୍ଧନେ(୨୫୯୫୭), ଜ୍ୟାକ୍ସ କାଲି(୨୫୫୩୪), ରାହୁଲ ଡ୍ରାଭିଡ(୨୪୨୦୮), ଲାରା(୨୨୩୫୮), ସନଥ ଜୟସୂରିୟା(୨୧୦୩୨) ଓ ଶିବନାରିଏନ ଚନ୍ଦରନାଲ(୨୦୯୮୮) ଯଥାକ୍ରମେ ଷଷ୍ଠରୁ ୧୦ମ ସ୍ଥାନ ମଧ୍ୟରେ ରହିଛନ୍ତି । ଅନ୍ୟ ୩ଜଣ ବ୍ୟାଟ୍ସମ୍ୟାନ ହେଲେ ଇଞ୍ଜାମାମ ଉଲ ହକ(୨୦୫୮୦), ଜୋ ରୁଟ(୨୦୦୭୯) ଓ ଏବି ଡିଭିଲର୍ସ (୨୦୦୧୪) ।

Leave A Reply

Your email address will not be published.