Latest Odisha News

BREAKING NEWS

ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବା ପାଇଁ ଫିକି ସଂକଳ୍ପବଦ୍ଧ: ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ-ଜାପାନ ଆସୋସିଏସନ୍‌ର ଅଧ୍ୟକ୍ଷ ୟୋସିହିଦେ ସୁଗାଙ୍କ ନେତୃତ୍ୱରେ ୪ଦିନିଆ ଭାରତୀୟ ଗସ୍ତରେ ଆସିଥିବା ଜାପାନ ସାଂସଦ ପ୍ରତିନିଧି ଦଳ ‘ଗଣେଷ’ ଗ୍ରୁପ୍‌କୁ ଫିକି ପକ୍ଷରୁ ସ୍ୱାଗତ କରାଯାଇଛି ।

ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫିକି ସଭାପତି ଶୁଭ୍ରକାନ୍ତ ପଣ୍ଡା ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଓ ନୀତିଗତ ସହଭାଗିତାକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜାପାନ ଏହାର ବୈଷୟିକ ବିଦ୍ୟା ଓ ଗୁଣାତ୍ମକ ଉତ୍ପାଦ ପାଇଁ ପରିଚିତ ଥିବାବେଳେ ଭାରତ ଦ୍ରୁତଗତିରେ ଅଗ୍ରଗତି କରୁଥିବା ବୃହତ୍ତ ଅର୍ଥନୀତି ହୋଇଥିବାରୁ ଉଭୟ ଦେଶ ମଧ୍ୟରେ ଥିବା ବ୍ୟବସାୟିକ ସମ୍ଭାବନା ଉପରେ ସେ ଆଲୋକପାତ କରିଥିଲେ ।

ସେହିପରି ୟୋସିହିଦେ ସୁଗା ଭାରତ-ଜାପାନର ମିଳିତ ନୀତିଗତ ଆବଶ୍ୟକତା ସହିତ ବିଶ୍ୱ ସମୁଦାୟର ଉନ୍ନତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଫିକି ଇଣ୍ଡିଆ-ଜାପାନ ସଂସଦ ପ୍ରତିନିଧି ଫୋରମର ଅଧ୍ୟକ୍ଷ ସାଂସଦ ସୁଶୀଲ କୁମାର ମୋଦିଙ୍କ ସମେତ ଓଡ଼ିଶାର ସାଂସଦ ସୁଜୀତ କୁମାର ଓ ଫୋରମ୍‌ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Comments are closed.