Latest Odisha News

BREAKING NEWS

“ଛାତ୍ର ମୃତ୍ୟୁ ନେଇ କପୋଳକଳ୍ପିତ କାହାଣୀ ଅନ୍ୟ ଛାତ୍ରଙ୍କ ଉପରେ ଖରାପ ପ୍ରଭାବ ପକାଉଛି”

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଆଇଟିଆର କଲେଜର ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରହିଛି। ଏହାରି ଭିତରେ କଲେଜର ଶିକ୍ଷକ, ଛାତ୍ରଛାତ୍ରୀ ଝାଡଖଣ୍ଡର ଏହି ଛାତ୍ରଙ୍କ ମୃତ୍ୟୁରେ ମର୍ମାହତ ଓ ଦୁଃଖିତ ବୋଲି କହିଛନ୍ତି। ଏଥିସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ତେବେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଯେଉଁଭଳି ଖବର ପ୍ରକାଶ ପାଉଛି ତାର କୌଣସି ଆଧାର ନାହିଁ ବୋଲି କଲେଜ ପକ୍ଷରୁ କୁହାଯାଇଛି। ମିଛ ଓ ମନଗଢା ଖବର ସମସ୍ତଙ୍କୁ ଆଘାତ ଦେଉଛି ବୋଲି କଲେଜ ପକ୍ଷରୁ କୁହାଯାଇଛି। ବିଶେଷକରି ଯେଉଁମାନେ ଛାତ୍ରଙ୍କ ସହ ପରିଚିତ ଥିଲେ । ତେଣୁ ମିଛ ଓ ମନଗଢା ଖବର ଉପରୁ ପରଦା ହଟୁ ଏବଂ କାହାର ବିନା ହସ୍ତକ୍ଷେପରେ ନିରପେକ୍ଷ ତଦନ୍ତ ହେଉ ବୋଲି କୁହାଯାଇଛି ।

କଲେଜ ପକ୍ଷରୁ କୁହାଯାଇଛି. ପ୍ରଥମ ମିଛ ଓ ମନଗଢା ଖବର ହେଉଛି ଯେ ଏହି ବିଷୟରେ କୌଣସି ତଦନ୍ତ ହେଉନାହିଁ। ସତକଥା ହେଲା, ଘଟଣା ଘଟିବା ପରେ ହିଁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ଏବଂ ଏବେ ବି ତଦନ୍ତ ଠିକ୍ ଦିଗରେ ଚାଲିଛି । ଆମର ପ୍ରାଥମିକତା ହେଉଛି କାହାର ଭାବାବେଗକୁ କୁଠାରାଘାତ ନକରି ସତ କଥା କଣ ତାହା ସାମ୍ନାକୁ ଆସୁ ।

ଦ୍ବିତୀୟ ମିଛ ଓ ମନଗଢା ଖବର ହେଉଛି ଯେ ରାଗିଙ୍ଗ ପାଇଁ ଛାତ୍ର ଜଣଙ୍କ ଜୀବନ ହାରିଛନ୍ତି ।
ସତକଥା ହେଲା, ଯେତେହୁ ଏବେ ତଦନ୍ତ ଚାଲିଛି ଏବଂ ତଦନ୍ତ ରିପୋର୍ଟ ନଆସିବା ଯାଏ ଏହା ଉପରେ ମନ୍ତବ୍ୟ ଦେବା ଠିକ୍ ନୁହେଁ କିନ୍ତୁ ଆମ ଶିକ୍ଷାନୁଷ୍ଠାନର ଏକ ସଶକ୍ତ ରାଗିଙ୍ଗ ବିରୋଧି ପଲିସି ରହିଛି ।
ନିକଟ ଅତିତରେ ରାଗିଂ ନେଇ କୌଣସି ଅଭିଯୋଗ ମଧ୍ୟ ରିପୋର୍ଟ ହୋଇନାହିଁ । ଛାତ୍ରଙ୍କ ସୁରକ୍ଷା ଏବଂ ରାଗିଙ୍ଗ ମୁକ୍ତ କ୍ଯାମ୍ପସ ପାଇଁ ଆମେ ପ୍ରଥମବର୍ଷ ପିଲାଙ୍କ ପାଇଁ ସ୍ବତନ୍ତ୍ର ହଷ୍ଟେଲ ବ୍ୟବସ୍ଥା କରିଛୁ ଯେଉଁଠି କେବଳ ପ୍ରଥମବର୍ଷ ଛାତ୍ର ହିଁ ରହିପାରିବେ । BH 7 ହଷ୍ଟେଲରେ ରହୁଥିବା କୌଣସି ଛାତ୍ରଙ୍କ ଠାରୁ ରାଗିଙ୍ଗ ନେଇ କିଛି ବି ଅଭିଯୋଗ ଆସିନାହିଁ ।

ଏହାସହ ଆଉକିଛି ଗୁରୁତ୍ବପୂର୍ଣ ପ୍ରସଙ୍ଗରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ କି ଆମ କ୍ୟାମ୍ପସରେ ରିତିମତ ଆମ୍ବୁଲାନ୍ସ ଯିବାଆସିବା କରେ ଏବଂ ପ୍ରତିଦିନ ଅନେକଥର ଆମ୍ବୁଲାନ୍ସ ଯାଏ ଯାହାକି କିଛିଟା ଦ୍ବନ୍ଦ ସୃଷ୍ଟି କରିଥାଇ ପାରେ । ଏବଂ ଆମକୁ ମିଳିଥିବା ସୂଚନା ଅନୁସାରେ ଛାତ୍ର ଜଣଙ୍କ ୧୩ ତାରିଖ ଦିନ ତାର ସାଙ୍ଗ ମାନଙ୍କ ସହ ସକାଳ ଜଳଖିଆ ଖାଇଥିଲେ ଏବଂ ସେ ସେମାନଙ୍କ ସହ ବାହାରକୁ ଯିବାକୁ ମନାକରିଦେଇଥିଲେ । ତେଣୁ ତାପୂର୍ବଦିନ ଅର୍ଥାତ ୧୨ ତାରିଖ ଦିନ ଏନେଇ କିଛି ଘଟଣା ଘଟିଥିବା ଖବର ପୁରାପୁରି ମିଛ ।

ତେଣୁ ଆମେ ଛାତ୍ରଙ୍କ ପରିବାର ଓ ସମାଜର ସମସ୍ତ ବ୍ୟକ୍ତିଙ୍କୁ ଅନୁରୋଧ କରୁଛୁ କି ସେମାନେ ଧର୍ଯ୍ୟର ସହ ଏହି ଘଟଣାର ତଦନ୍ତ ରିପୋର୍ଟକୁ ଅପେକ୍ଷା କରନ୍ତୁ । ଏବଂ ଆମେ ସମସ୍ତେ ଏକାଠି ଛାତ୍ରଙ୍କ ସ୍ମୃତିକୁ ଶ୍ରଦ୍ଧାଞ୍ଜଳି ଦେବା ସହ ପ୍ରକୃତ ସତ୍ୟ କିଭଳି ସାମ୍ନାକୁ ଆସିବ ତାକୁ ଅପେକ୍ଷା କରିବା ।
ଏହି ଘଟଣାରେ ମିଛ ଓ କପୋଳକଳ୍ପିତ କାହାଣି ଛାତ୍ରଙ୍କ ଉପରେ ଖରାପ ପ୍ରଭାବ ପକାଉଛି ବିଶେଷକରି ଶେଷବର୍ଷ ଛାତ୍ରମାନଙ୍କ ଉପରେ ଯେଉଁମାନଙ୍କର ଏବେ ପ୍ଲେସମେଣ୍ଟ ଚାଲିଛି ।

Leave A Reply

Your email address will not be published.