Latest Odisha News

ଉନ୍ମୋଚିତ ହେଲା ‘୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍-୨୦୨୦’ ଲୋଗୋ

ନୂଆଦିଲ୍ଲୀ:୨୦୨୦ ଫିପା ୧୭ ବର୍ଷରୁ କମ୍ ବିଶ୍ୱ କପ୍ ଆସନ୍ତା ବର୍ଷ ନଭେମ୍ବର ୨ ତାରିଖରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଏହି ଉପଲକ୍ଷେ ୧୭ବର୍ଷରୁ କମ୍ ମହିଳା ଫିପା ବିଶ୍ୱକପ୍-୨୦୨୦ର “ଲୋଗୋ” ର ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବ ମୁମ୍ବାଇର ପ୍ରସିଦ୍ଧ ଗେଟ୍-
ୱେ-ଅଫ୍ ଇଣ୍ଡିଆଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ୨୦୨୦ରେ ଭାରତରେ ହେବାକୁ ଥିବା ଫିପା ୧୭ ବର୍ଷରୁ କମ୍ ବୟସ୍କ ମହିଳା ବିଶ୍ୱକପ୍ ପାଇଁ ଲୋଗୋ ର ଆନୁଷ୍ଠାନିକ ଉନ୍ମୋଚନ ଉତ୍ସବ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବର୍ଷକ ପୂର୍ବରୁ ସମଗ୍ର ଭାରତବର୍ଷ ତଥା ବିଶ୍ୱର ଫୁଟବଲପ୍ରେମୀଙ୍କ ଉଦ୍ଦେଶ୍ୟରେ ଏହି ଲୋଗୋ ଉନ୍ମୋଚିତ ହୋଇଛି ।

ଏହି ଲୋଗୋ ଜରିଆରେ ଫୁଟବଲ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରେରଣା ସୃଷ୍ଟି କରାଯାଇପାରିବ । ଉକ୍ତ ଉତ୍ସବରେ ଫିପାର ସ୍ଥାନୀୟ ଆୟୋଜକ କମିଟିର ସଦସ୍ୟ ଏବଂ ଭାରତ ସରକାରଙ୍କ ପ୍ରତିନିଧି ଯୋଗଦେଇ ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି ଯେ, ଏହି କ୍ରୀଡା ଜରିଆରେ ସମାଜରେ ଲିଙ୍ଗଗତ ପ୍ରଭେଦ କ୍ଷେତ୍ରରେ ସକାରାତ୍ମକ ପରିବର୍ତନ ଆଣିବାରେ ବିଶେଷତଃ ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରତିଯୋଗିତା କ୍ଷେତ୍ରରେ ଫଟୁ ବଲ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଛି । ଅତ୍ୟନ୍ତ ମନୋରମ ପରିବେଶ ତଥା ଚମତ୍କାର ଆଲୋକ ସାଜସଜ୍ଜା ମଧ୍ୟରେ ଲୋଗୋର ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଭାରତ ତଥା ବିଶ୍ୱର ଫୁଟବଲ୍ ଜଗତର ବିଶିଷ୍ଟ ତାରକା ପ୍ରମୁଖ ମଧ୍ୟ ଉପସ୍ଥିତ ରହିବେ । କ୍ରମାଗତ ୨ ଥର ଫିପା ବିଶ୍ୱକପ୍ ବିଜେତା , ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକଧାରୀ ଏବଂ ଫିପା କିମ୍ବଦନ୍ତୀ କ୍ରିଷ୍ଟାଇନ୍ ଲିଲିଙ୍କ ସମେତ ସ୍ଥାନୀୟ ଲୋକପ୍ରିୟ ତାରକା ତଥା ଆନ୍ତର୍ଜାତିକ ସ୍ତରର ବହୁ ତାରକାମାନଙ୍କ ସହିତ ଭାରତୀୟ ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ଟିମ୍ର ସଦସ୍ୟା ଯେଉଁମାନେକି ଆସନ୍ତାବର୍ଷ ଏହି ପ୍ରତିଯୋଗିତାରେ ଭାଗ ନେବେ, ସେମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ଖେଳ ନିମନ୍ତେ ଟ୍ରଫିର ଡିଜାଇନ୍ଟି ଖୁବ୍ ଆକର୍ଷଣୀୟ ହେବା ସହିତ ଯୁବଗୋଷ୍ଠୀଙ୍କ ପାଇଁ ପ୍ରତିଯୋଗିତାର ଏହା ନିଦର୍ଶନ ସ୍ୱରୂପ । ପ୍ରାକୃତିକ ଏବଂ ଭାରତୀୟ ସଂସ୍କୃତି ଆଧାରରେ ନୀଳ ତରଙ୍ଗଠାରୁ ଆରମ୍ଭ କରି ଫୁଲର ସୋ÷ନ୍ଦର୍ଯ୍ୟ, ଭାରତୀୟ ଚିତ୍ରକଳା ଏବଂ ବୟନ କଳାରେ ବ୍ୟବହୃତ କାରୁକାର୍ଯ୍ୟକୁ ପ୍ରତିଫଳିତ କରି ଏହାର ଆକର୍ଷଣୀୟ ଡିଜାଇନ୍ ପ୍ରସ୍ତୁତ ହୋଇଛି, ଯାହାକି ଟୁର୍ଣ୍ଣାମେଣ୍ଟରେ ଉଭୟ ଖେଳାଳୀ ଓ ଦର୍ଶକଙ୍କ ମନରେ ଉନ୍ମାଦନା ଭରିଦେବ ।

ମାନ୍ୟବର କ୍ରୀଡା ଓ ଯୁବବ୍ୟାପାର ମବୀ ଶ୍ରୀ କିରଣ ରିଜିଜୁ କହିଛନ୍ତି ଯେ, ଏହି ଲୋଗର ଆନଷ୍ଠୁ ।ନିକ ଉନ୍ମୋଚନ ଉତ୍ସବରେ ପ୍ରତିନିଧିତ୍ୱ କରୁଥିବା ମହିଳା ଫୁଟ୍ବଲ୍ ଖେଳାଳୀମାନଙ୍କ ସହିତ ସେ ସାମିଲ ହୋଇଥିବାରୁ ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି ।

ଭାରତରେ କ୍ରୀଡା ସଂସ୍କୃତିର ପ୍ରସାର ଏବଂ ଆଗ୍ରହ ସୃଷ୍ଟି ଆବଶ୍ୟକ । ୧୭ ବର୍ଷରୁ କମ୍ ବୟସ୍କ ମହିଳା ଫୁଟବଲ୍ ବିଶ୍ୱକପ୍ ଆୟୋଜନ
ଜରିଆରେ ଅଳ୍ପ ବୟସର ମହିଳାମାନଙ୍କ ପାଇଁ ଏହା ସୁଯୋଗ ଆଣି ଦେବ । ଏହା ସହିତ ମଧ୍ୟ ଫୁଟ୍ବଲକୁ ପ୍ରତ୍ୟେକ ସ୍ତରରେ ଲୋକପ୍ରିୟ
ତଥା ଏହି ଖେଳର ଚାହିଦା ବୃଦ୍ଧି ଏବଂ ମହିଳା ସଶକ୍ତିକରଣକୁ ସୁଦୃଢ କରାଯାଇପାରିବ ।

ଉକ୍ତ ଟୁର୍ଣ୍ଣାମେଣ୍ଟର ମହିଳା ଫୁଟବଲ୍ର ମୁଖ୍ୟ ଅଧିକାରୀ , ସରାଇ ବେୟାରମ୍ୟାନ ଯୋଗଦେଇ କହିଛନ୍ତି ଯେ, ଅଂଶ କରୁଥିବା
ମହିଳା କ୍ରିଡାବିତ୍ଙ୍କଙ୍କ ଏହା ପ୍ରଥମ ସୋପାନ ହେବା ସହିତ ଭାରତ ସମେତ ବିଶ୍ୱର ପ୍ରତ୍ୟେକ ବାଳିକାମାନଙ୍କ ପାଇଁ ଏହା ପ୍ରେରଣାର ଉତ୍ସ
ହେବ । ୧୭ ବର୍ଷରୁ କମ୍ ମହିଳା ଫିପା ୨୦୨୦ ରେ ସମାଜରେ ପ୍ରେରଣାତ୍ମକ ପରିବର୍ତନ ଆଣିବା ଦିଗରେ ବିପୁଳ ସମ୍ଭାବନା ରହିଛି ଏବଂ
ଲିଙ୍ଗଗତ ଅସମାନତା ଦୂର କରିବାରେ ଏହା ନି୧⁄୨ିତ ସହାୟକ ହେବ । ମହିଳା କ୍ରୀଡାବିତ୍ ତଥା ଭବିଷ୍ୟତର ରୋଲ୍ ମଡେଲମାନଙ୍କର ଆଗାମୀ ୍
ବର୍ଷ ଖେଳପଡିଆରେ ଯୋଗଦାନ ସେମାନଙ୍କର ପ୍ରତିଭା ପ୍ରଦର୍ଶନ ଭାରତୀୟ ଜନସାଧାରଣ ସୁଯୋଗ ପାଇବେ । ଏହି ଉତ୍କଣ୍ଠାପୂର୍ଣ୍ଣ ଯାତ୍ରାର
ପ୍ରାରମ୍ଭରେ ଉପସ୍ଥିତ ଥିବାକୁ ବେୟାରମାନ୍ ଗୌରବାନ୍ୱିତ ମନେ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ଫିପା ପରିଷଦର ସଦସ୍ୟ ଏବଂ ଏଲ୍.ଓ.ସି
ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, ପ୍ରଥମ ମହିଳା ଫିପା ଟୁର୍ଣ୍ଣାମେଣ୍ଟ ଦେଶରେ ଆୟୋଜନ ହେବା ଦ୍ୱାରା ଭାରତରେ ମହିଳା
କ୍ରୀଡାବିତ୍ମାନଙ୍କ ପାଇଁ ଏକ ସ୍ମରଣୀୟ ଅଧ୍ୟାୟ ସୃଷ୍ଟି ହୋଇଛି ।

ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ରୋମା ଖାଁ କହିଛନ୍ତି ଯେ, ଆମ ଟୁର୍ଣ୍ଣାମେଣ୍ଟ ପାଇଁ ଏହା ଏକ ମାଇଲ୍ଖୁଣ୍ଟ । ଏଥି ନିମନ୍ତେ ଆମ ପାଇଁ ଏହା
କେବଳ ଆଖି ଦୃଶିଆ ପ୍ରତିଫଳନ ହେବା ସଦୃଶ ଆଗାମୀ ବର୍ଷରେ ଏହି କ୍ରୀଡା ନିମନ୍ତେ ପ୍ରଚାର ପ୍ରସାରରେ ଯଥେଷ୍ଟ ସହାୟକ ହେବ । ଏହି
ଲୋଗୋ ଜରିଆରେ ଭାରତରେ ୨୦୨୦ ରେ ହେବାକୁ ଥବି । ଫିପା ବିଶ୍ୱକପ୍ ପାଇଁ ଫଟୁ ବଲ ପ୍ରେମୀ ତଥା ସର୍ବସାଧାରଣଙ୍କୁ ଆକର୍ଷିତ
କରିବାରେ ସମର୍ଥ ହୋଇପାରିବା । ଫିପା ବିଶ୍ୱକପ୍ ଲୋଗୋ -୨୦୨୦ର ଉନ୍ମୋଚନ କରି ଆମେ ଗର୍ବିତ ଏବଂ ଆୟୋଜକ ରାଷ୍ଟ୍ର ଭାବେ ସାରା
ବିଶ୍ୱରେ ଭାରତର ଏକ ସ୍ୱତବ ପରିଚିତି ସୃଷ୍ଟି ହୋଇପାରିଛି । ତତ୍ ସହିତ ଏହି କ୍ରୀଡା ପ୍ରତି ବାଳିକାମାନଙ୍କର ଅଧିକ ଉତ୍ସାହ ସୃଷ୍ଟି ଦିଗରେ ଏହା
ଅଧିକ ପ୍ରେରଣା ଏବଂ ଉତ୍ସାହ ବୃଦ୍ଧି କରିଛି । ଆମକୁ ଆୟୋଜନକାରୀ ରାଷ୍ଟ୍ର ଭାବେ ସାରା ବିଶ୍ୱରେ ପରିଚିତି ସୃଷ୍ଟି କରିବା ସହିତ ଅଧିକରୁ
ଅଧିକ ଝିଅମାନଙ୍କୁ ଫୁଟବଲ୍ ଖେଳିବା ପାଇଁ ଉତ୍ସାହ ବୃଦ୍ଧି କରିବ ।

Comments are closed.