ଭୁବନେଶ୍ବର: ଆଜି କଳିଙ୍ଗ ଷ୍ଟାଡିୟମରେ ଅଣ୍ଡର ୧୭ ମହିଳା ଫୁଟବଲ ମ୍ୟାଚର ଶେଷ ମ୍ୟାଚରେ ଭାରତ ବ୍ରାଜିଲଠାରୁ ପରାଜିତ ହୋଇଛି । ଆମେରିକା ଓ ମରକ୍କୋ ଠାରୁ ପରାଜିତ ହେବା ପରେ ପୁଣି ତୃତୀୟ ମ୍ୟାଚରେ ଆଜି ବ୍ରାଜିଲଠାରୁ ହାରିଛି ଭାରତୀୟ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ଦଳ । ବ୍ରାଜିଲଠାରୁ ୫-୦ ଗୋଲରେ ପରାଜିତ ହୋଇ ଭାରତୀୟ ମହିଳା ଟିମ ବିଶ୍ବକପରେ ନିଜର ଅଭିଯାନ ଶେଷ କରିଛି । ଭାରତୀୟ ଟିମର ନୈରାଶଜନକ ଖେଳ ଫୁଟବଲ ପ୍ରଶଂସକଙ୍କୁ ନିରାଶ କରିଛି ।
FULL TIME! Our #U17WWC campaign draws to a close with a defeat against Brazil.
FT Score: 🇧🇷 5-0 🇮🇳#BRAIND ⚔️ #BackTheBlue 💙 #ShePower 👧 #IndianFootball ⚽ pic.twitter.com/MuqQ7WfxbC
— Indian Football Team (@IndianFootball) October 17, 2022
ଆଜି ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଭାରତ ଶେଷ ମ୍ୟାଚ୍ ଶକ୍ତିଶାଳୀ ବ୍ରାଜିଲ ସହ ଖେଳୁଥିବା ବେଳେ ବ୍ରାଜିଲ ଟିମ ଭାରତ ଉପରେ ଭାରି ଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ୮ଟାରୁ ଆରମ୍ଭ ହୋଇଥିବା ମ୍ୟାଚରେ ପ୍ରଥମ ହାଫରେ ବ୍ରାଜିଲ ଦଳ ଭଲ ଖେଳିଥିଲେ । ପ୍ରଥମ ହାଫରେ ୨ଟି ଗୋଲ ସ୍କାର କରିଥିଲା ବ୍ରାଜିଲ । ପରେ ଦ୍ବିତୀୟ ହାଫରେ ୩ଟି ଗୋଲ କରିଥିଲା । ଭାରତ ଉପରେ ବ୍ରାଜିଲର ଘନ ଘନ ଆକ୍ରମଣ ଦେଖିବାକୁ ମିଳିଥିଲା । ପୂର୍ବ ଦୁଇ ମ୍ୟାଚ୍ରେ ମଧ୍ୟ ଭାରତ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଆମେରିକା ବିପକ୍ଷରେ ଭାରତୀୟ ଦଳ ୮ଟି ଗୋଲ ଖାଇଥିଲା । ମରକ୍କୋ ବିପକ୍ଷରେ ପ୍ରଥମାର୍ଦ୍ଧରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଯାହାଫଳରେ ପ୍ରଥମ ହାଫ୍ ଗୋଲ ଶୂନ୍ୟ ରହିଥିଲା । ମାତ୍ର ଦ୍ୱିତୀୟ ଭାଗରେ ଘରୋଇ ଖେଳାଳି ନିଜର ପୂର୍ବ ପ୍ରଦର୍ଶନ ବଜାୟ ରଖିବାରେ ବିଫଳ ହୋଇଥିଲେ । ମରକ୍କୋ ଦଳ ଏହାର ସୁଯୋଗ ନେଇ ୩-୦ ଗୋଲରେ ବିଜୟୀ ହୋଇଥିଲା ।
85' – Five minutes of regulation time left to play in this match.
Watch the match LIVE on @Sports18 📺
🇧🇷 3-0 🇮🇳#BRAIND ⚔️ #U17WWC 🏆 #BackTheBlue 💙 #ShePower 👧 #IndianFootball ⚽ pic.twitter.com/iP7dRtlpt9
— Indian Football Team (@IndianFootball) October 17, 2022
ଭାରତ ବିଶ୍ବକପର ଗତ ତିନୋଟି ମ୍ୟାଚ୍ରେ ଗୋଲ ଖାତା ଖୋଲିବାରେ ବିଫଳ ରହିଛି । ଆୟୋଜକ ଦଳ ଭାବେ ଦଳ ବିଶ୍ବକପରେ ଖେଳିଥିଲେ ମଧ୍ୟ ଗୋଟିଏ ଗୋଲ ବି ଦେଇନପାରି କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କୁ ନିରାଶ କରିଛି ।
Comments are closed.