Latest Odisha News

BREAKING NEWS

ଆଉ ଦିନକ ପରେ କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ୱକପ୍ ଲଢ଼େଇ ; ଭାରତ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ବର:  ଆସନ୍ତା ମଙ୍ଗଳବାରରୁ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ସମସ୍ତ ଦଳର ଖେଳାଳି ମଧ୍ୟ ଭୁବନେଶ୍ବରରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ।

୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଲାଗି ଭୁବନେଶ୍ୱର ଏବେ ଚଳଚଞ୍ଚଳ ହୋଇଛି । ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଛି ଅଣ୍ଡର ସେଭେନ୍ଟିନ୍ ମହିଳା ବିଶ୍ୱକପ୍ । କଳିଙ୍ଗ ଷ୍ଟାଡିୟମ୍‌ରେ ୧୧ ତାରିଖ ଦିନ ସାଢ଼େ ୪ଟାରେ ମରୋକ୍କୋ ଟିମ୍ ସହ ମୁକାବିଲା ଆରମ୍ଭ କରିବ ବ୍ରାଜିଲ୍ ଟିମ୍ ।

 ଅଣ୍ଡର-୧୭ ଫିଫା ବିଶ୍ୱକପ୍ ପାଇଁ  ସେହିଦନ ୧୧ ତାରିଖରେ ସଂଧ୍ୟା ଆଠଟାରେ ଆମେରିକା ବିପକ୍ଷରେ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ପରେ ୧୪ ତାରିଖରେ ମରୋକ୍କୋ ଓ ୧୭ରେ ବ୍ରାଜିଲ୍‌କୁ ଭେଟିବ ଟିମ୍ ଇଣ୍ଡିଆ । ୪ଟି ଗ୍ରୁପର ୧୬ଟି ଦେଶ ଏଥର ଭାଗନେଇଛନ୍ତି । ଗ୍ରୁପ ଏରେ ସ୍ଥାନ ପାଇଛି ଭାରତ । ବ୍ରାଜିଲ, ଇଣ୍ଡିଆ, ମରକ୍କୋ, ଆମେରିକା ଗ୍ରୁପ ଏରେ ଅଛନ୍ତି ।

ତେବେ ପ୍ରଥମ ଥର ପାଇଁ ଭାରତ ବିଶ୍ବକପରେ ସ୍ଥାନ ପାଇଛି । ଆୟୋଜକ ଦେଶ ହୋଇଥିବାରୁ ଭାରତ ଖେଳାଳିଙ୍କ ଠାରୁ ଫୁଟବଲ ପ୍ରଶଂସକମାନେ ବହୁତ କିଛି ଆଶା ରଖିଛନ୍ତି । ଆମେରିକା, ବ୍ରାଜିଲ, ମରକ୍କୋ ଭଳି ଶକ୍ତିଶାଳି ଦଳକୁ ସାମନା କରୁଥିବା ଭାରତ ପାଇଁ ମ୍ୟାଚ ଜିତିବା କଷ୍ଟକର ହୋଇପାରେ । ଭୁବନେଶ୍ବର ସହ ଗୋଆ , ମୁମ୍ବାଇରେ ମଧ୍ୟ କିଛି ମ୍ୟାଚ୍ ଅନୁଷ୍ଠିତ ହେବ ।

Comments are closed.