Latest Odisha News

BREAKING NEWS

ଫିଫା ଯୋଗ୍ୟତାପର୍ଯ୍ୟାୟ ମୁକାବିଲା: ଭୁବନେଶ୍ୱରରେ ଅଭ୍ୟାସ କରିବେ ଭାରତୀୟ ଟିମ

ଭୁବନେଶ୍ୱର: ଆସନ୍ତା ମାସରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ସିନିୟର ପୁରୁଷ ଟିମ ଭୁବନେଶ୍ୱରରେ ଅଭ୍ୟାସ କରିବେ । କୋଚ ଆଇଗର ଷ୍ଟିମାକଙ୍କ ପ୍ରଶିକ୍ଷଣରେ ମେ ୧୦ରୁ ଏହି ପ୍ରସ୍ତୁତି ଶିବର ଆରମ୍ଭ ହେବ । ଏହା ପରେ କୁଏଟ ବିପକ୍ଷ ମୁକାବିଲା ପାଇଁ ଭାରତୀୟ ଟିମ କୋଲକାତା ଯିବ । ଜୁନ ୨ରେ ଏହି ମ୍ୟାଚ ଖେଳାଯିବ । ଗତ ବର୍ଷ ନଭେମ୍ବରରେ ଭାରତ ୧-୦ ଗୋଲରେ କୁଏଟକୁ ପରାସ୍ତ କରିଥିଲା । ଜୁନ ୧୧ରେ କାତାରକୁ ଭାରତ ଭେଟିବ । ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଭାରତକୁ ୩-୦ ଗୋଲରେ କାତାର ପରାସ୍ତ କରିଥିଲା ।

୪ଟି ବିଜୟ ସହ କାତାର ଶୀର୍ଷରେ ରହିଥିବା ବେଳେ ଭାରତ ଓ ଆଫଗାନିସ୍ତାନ ୪ ପଂଏଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତ ଯଦି ୨ଟି ଯାକ ମ୍ୟାଚରେ ବିଜୟ ହାସଲ କରେ ତେବେ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟକୁ ଉନ୍ନୀତ ହେବା ସମ୍ଭାବନା ରହିଛି ।

Leave A Reply

Your email address will not be published.