ସମଗ୍ର ବିଶ୍ବରେ ଏବେ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଚାଲିଥିବାବେଳେ ବାରିପଦା ସହରରେ ଜଣେ ଯୁବତୀ ଙ୍କର ଲୋକମାନଙ୍କୁ ସଚେଚନ କରାଇବାର ନିଶା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ହେଉଛନ୍ତି ସୁଶ୍ରୀ ନୀରୁପମା ସାହୁ । ସେ ନିଜେ ବଜାରରୁ କପଡା କିଣି ନିଜର ଟ୍ରେନିଂ ସେଣ୍ଟରରେ ତାଲିମ ନେଉଥିବା ମହିଳା ଏବଂ ଯୁବତୀ ମାନଙ୍କ ଦ୍ୱାରା ମାସ୍କ ତିଆରିକରି ସହର ଠାରୁ ଆରମ୍ଭ କରି ଗାଁ ଗହଳି ଏବଂ କିଛି ଅପହଂଚ ଇଲାକାକୁ ଯାଇ ଲୋକମାନଙ୍କୁ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ଦେବାସହ ମାଗଣାରେ ମାସ୍କ ବାଣ୍ଟିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାର କଇଁଫୁଲିଆ,ଚକସୁଳିଆପଦା ,ମୋରଡା ,ଚିତ୍ରଡା ଆଦି ଗାଁ ମାନଙ୍କୁ ଯାଇ ୨ହଜାରରୁ ଅଧିକ ମାସ୍କ ବାଣ୍ଟି ସାରିଲେଣି । ତେବେ ନୀରୁପମା ଙ୍କର ଏଭଳି କାର୍ଯ୍ୟକ୍ରମ ପଛର ମୁଖ୍ୟ ରହସ୍ୟ ହେଉଛି ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଆଜିବି ବହୁତ ଏମିତି ଜାଗା ରହିଛି ଯେଉଁଠି କରୋନା ସମ୍ପର୍କରେ ଲୋକମାନେ ଜାଣିନାହାନ୍ତି । ଆଉ ଏକ ଘଟଣା ହେଉଛି ବଳାରରେ ଚଢ଼ା ଦରରେ ବିକ୍ରି ହେଇଥିବା ମାସ୍କ । ତେଣୁ ସେ ନିସ୍ପତ୍ତି ନେଲେକି ନିଜସ୍ବ ଭଦ୍ୟମରେ ମାସ୍କ ବନେଇ ମାଗଣାରେ ଲୋକମାନଙ୍କୁ ପ୍ରଦାନ କରିବେ ।
ଏଥିପାଇଁ ଏଠାରେ ତାଲିମ ନେଉଥିବା ୬ଜଣ ମହିଳା ଏବଂ ଯୁବତୀ ଆଜଳୁ ୭ଦିନ ହେବ ଦିନକୁ ୬ରୁ ୮ଘଣ୍ଟା ଧରି ଏହା ନିଜର କର୍ତ୍ତବ୍ୟ ଭାବି ଅତି ଉତ୍ସାହର ସହ ଏହି ମାସ୍କା ତିଆରି କରିଚାଲିଛନ୍ତି ।
ପ୍ରତିଦିନ ସିଲେଇ ସେଣ୍ଟରକୁ ପ୍ରବେଶ କରିବା ପୂର୍ବରୁ ସମସ୍ତେ ସେନିଟାଇଜରରେ ଭଲଭାବରେ ହାତ ଧୋଇ ମୁହଁରେ ମାକ୍ସ ଲଗାଇ ମାସ୍କ ବନାଇଥାନ୍ତି ଏବଂ ଲୋକମାନେ ମଧ୍ୟ ମାର୍କେଟ୍ ର କଳାବଜାରୀ ମାନଙ୍କଠାରୁ ଚଢା ଦରରେ ମାସ୍କ କିଣୁଥିବା ବେଳେ ଏହି ଅନୁଷ୍ଠାନର ଏଭଳି ନିସ୍ବାର୍ଥପର କାର୍ଯ୍ୟକ୍ରମକୁ ସ୍ବାଗତ ଜଣାଇଛନ୍ତି ।
ତେବେ ଆଗକୁ ମଧ୍ୟ ଏହି ମାସ୍କ ବିତରଣ କାର୍ଯ୍ୟକ୍ରମ ଜାରୀ ରହିବ ଏବଂ ମୋଟ୍ ୧୦ ହଜାର ମାସ୍କ ବିଭିନ୍ନ ଜାଗାରେ ବାଣ୍ଟିବାର ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ନୀରୁପମା ।
Comments are closed.