ଭୁବନେଶ୍ୱର: ସମଗ୍ର ଦେଶ ବିଭିନ୍ନ ସ୍ତରରେ କରୋନା ସଂକ୍ରମଣର ମୁକାବିଲା କରୁଥିବା ବେଳେ କେନ୍ଦ୍ର ଅଣୁ, ସୁକ୍ଷ୍ମ ଓ ମଧ୍ୟମ ଉଦ୍ୟୋଗ ଅଧିନସ୍ଥ ୧୮ଟି ବୈଷୟିକ କେନ୍ଦ୍ର ମଧ୍ୟ ଏଥିରେ ଯୋଗଦାନ କରିଛନ୍ତି । ମେଡିକାଲ ପୋଷାକ ଓ ମାସ୍କ ସିଲେଇ ପାଇଁ ବ୍ୟବହୃତ ମେସିନ ଚେନ୍ନାଇସ୍ଥିତ କେନ୍ଦ୍ରୀୟ ଜୋତା ତାଲିମ ପ୍ରତିଷ୍ଠାନ (ସିଏଫଟିଆଇ) ଯୋଗାଇ ଦେଉଛି । ଚେନ୍ନାଇ ଶ୍ରୀ ହେଲ୍ଥ କେୟାର ସଂସ୍ଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁମୋଦିତ ଯୋଗାଣକାରୀର ମାନ୍ୟତା ପାଇଛି । ଏପ୍ରିଲ ୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଉତ୍ପାଦନ ବୃଦ୍ଧି ପାଇଁ ସିଏଫଟିଆଇ ଦୁଇଟି ଅଧିକ ମେସିନ ଆଣିବ।
ହାଇଦ୍ରାବାଦସ୍ଥିତ ଏମଏସଏମଇ ବୈଷୟିକ କେନ୍ଦ୍ର ଭେଣ୍ଟିଲେଟରର ଆଉ ଏକ ବିକଳ୍ପ ପ୍ରସ୍ତୁତ କରିଛନ୍ତି । ସମ୍ବେଦୀ ଯନ୍ତ୍ର ଦ୍ଵାରା ପରିଚାଳିତ ଏହି ଇଲେକ୍ଟ୍ରୋ ମେକାନିକାଲ ଭେଣ୍ଟିଲେଟର ଖୁବ ଶୀଘ୍ର ତିଆରି ହେବ ଔରଙ୍ଗାବାଦସ୍ଥିତ ଏସଏମଇ ଟିସି 3ଡି ମାସ୍କର ବିକଳ୍ପ ବିକଶିତ କରିଛି ।
ଏହାର ଉପଯୋଗ ପାଇଁ ସଂସ୍ଥା ପକ୍ଷରୁ ସ୍ଥାନୀୟ ହସ୍ପିଟାଲଗୁଡିକ ସହ ଯୋଗାଯୋଗ କରାଯାଇଛି । କୋଲକାତାର କେନ୍ଦ୍ରୀୟ ଯନ୍ତ୍ରାଂଶ କକ୍ଷ ଓ ତାଲିମ କେନ୍ଦ୍ର ସାଗରଦତ୍ତ ସୁପର ସ୍ପେଶିଆଲିଟି ହସ୍ପିଟାଲର ସହାୟତାରେ ଏକ ସ୍ୱଳ୍ପ ମୂଲ୍ୟ ଭେଣ୍ଟିଲେଟର ପ୍ରସ୍ତୁତ କରି ଏହାର ପ୍ରାୟଗାତ୍ମକ ଦିଗ ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛି ।
ଏହି ବିକଳ୍ପର ଚୁଡାନ୍ତ ପ୍ରସ୍ତୁତି ପାଇଁ କେତେକ ଆବଶ୍ୟକ ଉପକରଣକୁ ଅପେକ୍ଷା କରାଯାଇଛି । ମାତ୍ର ୧୫ ରୁ ୨୦ ଟଙ୍କା ମୂଲ୍ୟରେ ଏହି ମାସ୍କ ମାସକୁ ପ୍ରାୟ ୨୦ ହଜାର ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରିବ ।
କନୌଜସ୍ଥିତ ଏମଏସଏମଇ ବୈଷୟିକ କେନ୍ଦ୍ର ଆଲକହଲଯୁକ୍ତ ସାନିଟାଇଜର ପ୍ରସ୍ତୁତ କରି ଫାରୁଖାବାଦ ଜିଲ୍ଲା ପ୍ରଶାସନିକକୁ ଯୋଗାଇଛି । ରେଳବାଇ ଓ ଅନ୍ୟାନ୍ୟ ସଙ୍ଗଠନକୁ ମଧ୍ୟ ଏହା ପର୍ଯ୍ୟାୟକ୍ରମେ ଯୋଗାଇବ ।
ସେହିପରି ଆଇଡିଇଏମଆଇ ମଧ୍ୟ ଆୟନଯୁକ୍ତ ସାନିଟାଇଜର ପ୍ରସ୍ତୁତି ପାଇଁ ପରୀକ୍ଷା ନିରୀକ୍ଷା ଚଳାଇଛି ।
ଭୁବନେଶ୍ଵର, ହାଇଦ୍ରାବାଦ ଓ ଜାମସେଦପୁରରେ ଥିବା ଏମଏସଏମଇ ବୈଷୟିକ କେନ୍ଦ୍ରଗୁଡ଼ିକ କରୋନା ପରୀକ୍ଷା ପାଇଁ ଆବଶ୍ୟକ ଉପକରଣ ତିଆରି କରିବେ । ଏହାର ପ୍ରଥମ ପର୍ଯ୍ୟାୟ ଖୁବ ଶୀଘ୍ର ଭୁବନେଶ୍ଵରରେ ଶେଷ ହେବ । ଏହା ସଫଳ ହେଲେ ଅନ୍ୟାନ୍ୟ କେନ୍ଦ୍ରଗୁଡିକରୁ ମଧ୍ୟ ଆରମ୍ଭ ହେବ ।
ଏଏମଟିଜେଡ ଭେଣ୍ଟିଲେଟର ପାଇଁ ପ୍ରାୟ ୧୦ ହଜାର ଯନ୍ତ୍ରାଂଶ ଆବଶ୍ୟକ କରୁଛି । ଏହିସବୁର ଆବଶ୍ୟକତା ପୂରଣ ପାଇଁ ଭୁବନେଶ୍ଵର କେନ୍ଦ୍ର ଲୁଧିଆନା, ଔରଙ୍ଗାବାଦ, କୋଲକାତା ଓ ଜାମସେଦପୁରଠାରେ ଥିବା କେନ୍ଦ୍ରଗୁଡ଼ିକୁ କାର୍ଯ୍ୟାଦେଶ ଦେଇଛି ।
ଆଗ୍ରାସ୍ଥିତ ପିପିଡିସି ଓ ଇନ୍ଦୋରର ଆଇଜିଟିଆର ମିଳିତଭାବେ ହସ୍ପିଟାଲ ଉପକରଣ ତିଆରି ପାଇଁ ଯୋଜନା କରିଛନ୍ତି ।
Comments are closed.