Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଫଆଇଏଚ ସଭାପତି: ହକିର ବିକାଶ ପାଇଁ ଓଡିଶାର ଅବଦାନକୁ କଲେ ପ୍ରଶଂସା

ଭୁବନେଶ୍ୱର: ଆନ୍ତର୍ଜାତୀୟ ହକି ଫେଡେରେଶନ ସଭାପତି ଟାୟବ ଇକ୍ରାମ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଏହି ଅବସରରେ ଆନ୍ତର୍ଜାତୀୟ ହକି ପ୍ରତି ଓଡିଶାର ଅବଦାନକୁ ସେ ପ୍ରଶଂସା କରିଥିଲେ । ଆଗକୁ ମଧ୍ୟ ହକିର ବିକାଶ ଏକତ୍ର କାମ କରିବୁ ବୋଲି ସେ କହିଛନ୍ତି । ଆଗକୁ ହେବାକୁ ଥିବା ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ପ୍ରସ୍ତୁତି ନେଇ ମଧ୍ୟ ରୋଡମ୍ୟାପ ପ୍ରସ୍ତୁତ କରାଯାଇଥିଲା । ଏହି ଅବସରରେ ଓଡିଶା ହକି ଇଣ୍ଡିଆ ସଭାପତି ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ସେକ୍ରେଟାରୀ ଜେନେରାଲ ଭୋଳାନାଥ ସିଂ ଓ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଭାସ୍କର ଶର୍ମା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଏଫଆଇଏଚର ସହଯୋଗ ଯାଗୁ ଓଡିଶା ହକିର ପ୍ରାଣକେନ୍ଦ୍ର ସାଜୁଛି ବୋଲି ।

ହକି ବିଶ୍ୱକପ ପରେ ଏବେ ପ୍ରୋଲିଗ ମୁକାବିଲାକୁ ସଫଳତାର ସହ ଆୟୋଜନ କରାଯିବ । ଆଗକୁ ଅନେକ ଆନ୍ତର୍ଜାତୀୟ ଇଭେଂଟ ଆପଣଙ୍କ ସହଯୋଗରେ ଆମେ ଆୟୋଜିତ କରିବୁ ବୋଲି କହିଛନ୍ତି । ତୃଣମୂଳସ୍ତରରେ ପ୍ରତିଭା ଚିହ୍ନଟ କରି ଆବcଶ୍ୟକ ସହଯୋଗ ଯୋଗାଇଲେ ଅନେକ ଷ୍ଟାର ଖେଳାଳି ବାହାରି ପାରିବେ । ସେହିପରି ମହିଳା ହକି ପ୍ରତି ମଧ୍ୟ ଆହୁରି ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ଓଡିଶା ଓ ଏଫଆଇଏଚ ମିଳିତ ଭାବେ ହକିର ଭବିଷ୍ୟତ ପାଇଁ କାର୍ଯ୍ୟ କରିବେ ବୋଲି ଇକ୍ରାମ କହିଥିଲେ । ପୂର୍ବରୁ ଭୁବନେଶ୍ୱରରେ ପଂହଚିବା ପରେ ଇକ୍ରାମଙ୍କୁ ଉପଯୁକ୍ତ ସମ୍ମାନ ସହକାରେ ସ୍ୱାଗତ କରାଯାଇଥିଲା ।

Comments are closed.