Latest Odisha News

BREAKING NEWS

କଙ୍ଗନାଙ୍କ ବିରୋଧରେ ଗୁରୁତର ଅଭିଯୋଗ; ‘ପଦ୍ମଶ୍ରୀ’ ସମ୍ମାନ ଫେରାଇ ଆଣିବାକୁ ଦାବି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କୌଣସି ନା କୌଣସି କାରଣରୁ ଅନେକ ସମୟରେ ବିବାଦରେ ରହିଥାଆନ୍ତି। ନିକଟରେ କଙ୍ଗନା ଭାରତର ସ୍ୱାଧୀନତାକୁ ‘ଭିକ’ ବୋଲି ବର୍ଣ୍ଣନା କରିଥିଲେ, ଯାହା ପରେ ତାଙ୍କ ବିରୋଧରେ ଅଭିଯୋଗ ଆସିଛି। କଙ୍ଗନାଙ୍କ ଏହି ବିବୃତ୍ତିକୁ ଦେଶଦ୍ରୋହ ବୋଲି ବର୍ଣ୍ଣନା କରି ତାଙ୍କ ବିରୋଧରେ ଏଫ୍ଆଇଆର୍ ପାଇଁ ଦାବି କରାଯାଇଛି।

ବାସ୍ତବରେ ଆମ୍ ଆଦମୀ ପାର୍ଟିର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରୀତି ଶର୍ମା ମେନନ୍ ମୁମ୍ବାଇରେ କଙ୍ଗନା ବିରୋଧରେ ଏହି ଅଭିଯୋଗ କରିଛନ୍ତି। କଙ୍ଗନାଙ୍କ ବିବୃତ୍ତିକୁ ଦେଶଦ୍ରୋହ ବୋଲି ବର୍ଣ୍ଣନା କରି ପ୍ରୀତି ମୁମ୍ବାଇ ପୋଲିସକୁ ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ଦାବି କରିଛନ୍ତି।

ଏଥି ସହିତ ବୁଧବାର ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମରେ ଦିଆଯାଇଥିବା ଅଭିନେତ୍ରୀଙ୍କ ବିବୃତ୍ତି ଉପରେ ଭାରତୀୟ ଜନତା ପାର୍ଟିର ସାଂସଦ ବରୁଣ ଗାନ୍ଧୀ, ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ଅନ୍ୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍ୟପଟେ କଙ୍ଗନାଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଫେରାଇ ଆଣିବାକୁ ମଧ୍ୟ ଅନେକ ଲୋକ ଦାବି କରିଛନ୍ତି।

Leave A Reply

Your email address will not be published.