Latest Odisha News

ଚୋରି ହେଲା ରାଫେଲ୍ ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍: ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର

ନୂଆଦିଲ୍ଲୀ: ଫ୍ରାନ୍ସ ସହିତ ଚୁକ୍ତିନାମାରେ ରାଫେଲ୍ ଲଢୁଆ ଯୁଦ୍ଧ ବିମାନ ସମ୍ପର୍କୀତ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଚୋରି ହୋଇଯାଇଥିବା ନେଇ କେନ୍ଦ୍ର ସରକାର ବୁଧବାର ଦିନ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି ।

ବୁଧବାର ଦିନ ଏସମ୍ପର୍କରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ତିନିଜଣିଆ ଖଣ୍ଡପୀଠରେ ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ କେ କେ ଭେନୁଗୋପାଲ ଜଣାଇଛନ୍ତି ।

ଏନେଇ ବରିଷ୍ଠ ନେତା ୟଶବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ତରଫରୁ ଏକ ମିଳିତ ପିଟିସନ ଉଚ୍ଚତମ ନ୍ୟାୟାଳୟରେ ଦାୟର କରାଯାଇଥିଲା ।

ଏହି ମାମଲାରେ ଅଭିଯୋଗ କରାଯାଇ କୁହାଯାଇଛି ଯେ, ୩୬ଟି ରାଫେଲ୍ ଲଢୁଆ ଯୁଦ୍ଧ ବିମାନ ଖରିଦ ସମ୍ପର୍କୀତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଫେରାଇ ନେଇଛନ୍ତି, ତେବେ ଉଚ୍ଚତମ ନ୍ୟାୟାଳୟ ଡ଼ିସେମ୍ବର ମାସରେ ଏହି ଜନସ୍ୱାର୍ଥ ମାମଲାର ବ୍ୟାଚକୁ ଖାରଜ କରିଦେଇଥିଲେ ।

Leave A Reply

Your email address will not be published.