Latest Odisha News

BREAKING NEWS

ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ । ୭ ତାରିଖ ଯାଏ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରିବେ । ୯ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ୨୬ରେ କାଉଣ୍ଟିଂ ପରେ ପ୍ରକାଶ ପାଇବ ରେଜଲ୍ଟ ।

୧୦୬ ଏନଏସି/ମ୍ୟୁନିସିପାଲିଟି ଓ ୩ଟି ମହାନଗରରେ ନିର୍ବାଚନ ହେବ । ଏଥର ଭୋଟିଂ ପାଇଁ ଇଭିଏମ୍ ବ୍ୟବହାର କରାଯିବ । ପ୍ରତି ବୁଥରେ ୨ଟି ଇଭିଏମ୍ ରହିବ । ଗୋଟିଏ ଇଭିଏମରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇ ହେବ । ସେହିପରି ଦ୍ୱିତୀୟ ଇଭିଏମରେ କାଉନସିଲର କିମ୍ବା କର୍ପୋରେଟରଙ୍କୁ ଭୋଟ୍ ଦେଇହେବ ।

ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ । ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ ।ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ ହେବ । ସାଢେ ତିନି ବର୍ଷ ବିଳମ୍ବରେ ହେବ ପୌର ନିର୍ବାଚନ । ହାତରେ କମ୍ ସମୟ ଥିବା ପ୍ରାର୍ଥୀ ଚୟନରେ ମାତିଛନ୍ତି ରାଜନୈତିକ ଦଳ । ଅଦାଲତି ମାମଲା ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବନାହିଁ ।

Comments are closed.