Latest Odisha News

BREAKING NEWS

ଓଡିଶାରେ ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଓଡିଶାର ୩ୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଗୁରୁବାର ଦିନ ଆରମ୍ଭ ହେବ ବୋଲି ଭାରତ ନିର୍ବାଚନ ଆୟୋଗ (ସିଇଓ) ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ଅଧିସୂଚନା ଅନୁଯାୟୀ, ନାମାଙ୍କନ ଦାଖଲ ପ୍ରକ୍ରିୟା ଏପ୍ରିଲ୍ ୪ ତାରିଖ ଯାଏଁ ଚାଲିବ । ଏହାବ୍ୟତିତ ଏପ୍ରିଲ୍ ୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଏପ୍ରିଲ୍ ୮ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ନେଇ ଦିନ ଧାର୍ଯ୍ୟ କରାଯାଇଛି ।

ଏହି ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ଏପ୍ରିଲ୍ ୨୩ ତାରିଖରେ ଭୋଟ ଗ୍ରହଣ ହେବ ।

ଜାଣନ୍ତୁ, ୩ୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ୬ଟି ଲୋକସଭା ଓ ୪୨ଟି ବିଧାନସଭା ନିର୍ବାଚନୀମଣ୍ଡଳୀର ନାମ-

୧. ସମ୍ବଲପୁର (ଲୋକସଭା)-(ସାଧାରଣ)
ନିର୍ବାଚନମଣ୍ଡଳୀ: କୁଚିଣ୍ଡା (ଏସଟି), ରେଙ୍ଗାଲି (ଏସସି), ସମ୍ବଲପୁର (ସାଧାରଣ), ଛେଣ୍ଡିପଦା (ଏସସି), ରେଢାଖୋଳ (ସାଧାରଣ), ଦେଓଗଡ (ସାଧାରଣ), ଆଠମଲ୍ଲିକ୍ (ସାଧାରଣ) ।

୨. କେନ୍ଦୁଝର (ଲୋକସଭା)- (ଏସଟି)
ନିର୍ବାଚନମଣ୍ଡଳୀ: ତେଲକୋଇ (ଏସଟି), ଘସିପୁରା (ସାଧାରଣ), ଆନନ୍ଦପୁର (ଏସସି), ପାଟନା (ଏସଟି), ଚମ୍ପୁଆ (ସାଧାରଣ), କେନ୍ଦୁଝର (ଏସଟି) ଏବଂ କରଞ୍ଜିଆ (ଏସଟି) ।

୩. ଢେଙ୍କାନାଳ (ଲୋକସଭା)- (ସାଧାରଣ)
ନିର୍ବାଚନମଣ୍ଡଳୀ: ଢେଙ୍କାନାଳ (ସାଧାରଣ), ହିନ୍ଦୋଳ (ଏସସି), ପରଞ୍ଜଙ୍ଗ(ସାଧାରଣ), କାମାକ୍ଷାନଗର (ସାଧାରଣ), ପାଲଲହରା (ସାଧାରଣ), ତାଳଚେର (ସାଧାରଣ) ଏବଂ ଅନୁଗୁଳ (ସାଧାରଣ) ।

୪. କଟକ (ଲୋକସଭା)- (ସାଧାରଣ)
ନିର୍ବାଚନମଣ୍ଡଳୀ: ବଡମ୍ବା (ସାଧାରଣ), ବାଙ୍କି (ସାଧାରଣ), ଆଠଗଡ (ସାଧାରଣ), କଟକ-ବାରବାଟି (ସାଧାରଣ), ଚୌଦ୍ୱାର-କଟକ(ସାଧାରଣ), କଟକ ସଦର (ଏସସି) ଏବଂ ଖଣ୍ଡପଡା (ସାଧାରଣ) ।

୫. ପୁରୀ (ଲୋକସଭା)- (ସାଧାରଣ)
ନିର୍ବାଚନମଣ୍ଡଳୀ: ପୁରୀ (ସାଧାରଣ), ବ୍ରହ୍ମଗିରି (ସାଧାରଣ), ସତ୍ୟବାଦୀ (ସାଧାରଣ), ପିପିଲି (ସାଧାରଣ), ଚିଲିକା (ସାଧାରଣ), ରଣପୁର (ସାଧାରଣ) ଏବଂ ନୟାଗଡ (ସାଧାରଣ) ।

୬. ଭୁବନେଶ୍ୱର (ଲୋକସଭା)- (ସାଧାରଣ)
ନିର୍ବାଚନମଣ୍ଡଳୀ: ଜୟଦେବ (ସାଧାରଣ), ଭୁବନେଶ୍ୱର-ମଧ୍ୟ (ସାଧାରଣ), ଭୁବନେଶ୍ୱର-ଉତ୍ତର (ସାଧାରଣ), ଭୁବନେଶ୍ୱର-ଏକାମ୍ର (ସାଧାରଣ), ଜଟଣୀ (ସାଧାରଣ), ବେଗୁନିଆ (ସାଧାରଣ) ଏବଂ ଖୋର୍ଦ୍ଧା (ସାଧାରଣ) ।

Leave A Reply

Your email address will not be published.