Latest Odisha News

BREAKING NEWS

ମେ ୧୨ରେ ରିଲିଜ୍ ହେବ ଫିଲ୍ମ ‘ଅବ ଦିଲ୍ଲୀ ଦୂର ନୈହି’

ମୁମ୍ବାଇ: ଆଇଏଏସ୍ ଅଧିକାରୀ ଗୋବିନ୍ଦ ଜସୱାଲଙ୍କ ବାସ୍ତବ ଜୀବନ ଉପରେ ନିର୍ମିତ ଫିଲ୍ମ ‘ଅବ ଦିଲ୍ଲୀ ଦୂର ନୈହି’ର ହୃଦୟସ୍ପର୍ଶୀ ରୋମାଣ୍ଟିକ୍ ନୂଆ ଗୀତ ରିଲିଜ୍ ହୋଇଛି । ଏହି ଗୀତକୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ଏହି ଫିଲ୍ମରେ ଇମ୍ରାନ ଜାହିଦ ଏବଂ ଶ୍ରୁତି ସୋଡି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ନିକଟରେ ଏହାର ଟ୍ରେଲର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ମେ ୧୨ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ଏହି ଫିଲ୍ମଟି ପ୍ରକୃତ ଘଟଣା ଉପରେ ଆଧାରିତ । ବିହାର ନିକଟସ୍ଥ ଏକ ମଫସଲ ଗାଁର ଜଣେ ଶାନ୍ତସରଳ ଯୁବକଙ୍କ ଜୀବନୀକୁ ଏହା ନିର୍ମିତ ହୋଇଛି । ସେ କିପରି ନିଜ ଜୀବନରେ ସଂଘର୍ଷ କରି ଉପରକୁ ଉଠିଛି ତାହା ଏଥିରେ ଦେଖିବାକୁ ମିଳିବ । ପ୍ରକୃତରେ ଏହା ଆଇଏଏସ ଗୋବିନ୍ଦ ଜସୱାଲଙ୍କ ସଂଘର୍ଷ କାହାଣୀ ପ୍ରଦର୍ଶିତ ହୋଇଛି । ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି କମଲ ଚନ୍ଦ୍ର । ପ୍ରସିଦ୍ଧ ଗାୟକ ଜୁବିନ୍ ନାଉଟିୟାଲ୍ ଏହି ଗୀତରେ ନିଜର ସ୍ୱର ଦେଇଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ସିହ୍ନା ।

ଜଣେ ରିକ୍ସା ଚାଳକଙ୍କ ପୁଅ ହୋଇଥିଲେ ମଧ୍ୟ ଗୋବିନ୍ଦ ୨୦୦୭ ମସିହାରେ ନିଜ କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ଦେଶର ସବୁଠୁ ବଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ ଅଧିକାରୀ ହୋଇଥିଲେ । ଏହି ଫିଲ୍ମ ରେ ଇମ୍ରାନ ଜାହିଦ ଗୋବିନ୍ଦଙ୍କ ଭୂମିକାରେ ନଜର ଆସିବେ ।

Comments are closed.