Latest Odisha News

BREAKING NEWS

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକ୍ ଅଭିନେତାଙ୍କୁ ବିରୋଧ…

ଶ୍ରୀନଗର: ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା  ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଏହି ଆକ୍ରମଣ ପରେ ଦେଶର ପ୍ରତ୍ୟେକ ନାଗରିକ କ୍ଷୁବ୍ଧ ପ୍ରକାଶ କରିଛନ୍ତି। ଏହାର ପ୍ରଭାବ ବଲିଉଡ ଜଗତରେ  ମଧ୍ୟ ପ୍ରତିଫଳିତ ହୋଇଛି ଯାହା ଫଳରେ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଫିଲ୍ମ ‘ଅବୀର ଗୁଲାଲ’ ଉପରେ ଦେଖିବାକୁ ମିଳିଛି। ଲୋକମାନେ ଏହି ଫିଲ୍ମର ବୟକଟ ପାଇଁ ଦାବି ମଧ୍ୟ କରିଛନ୍ତି।

ଏହି ଫିଲ୍ମରେ ଫୱାଦ ଖାନଙ୍କ ବିପକ୍ଷରେ ବାଣୀ କପୁର ଅଭିନୟ କରିଛନ୍ତି। ଏପ୍ରିଲ ୨୨ ମଙ୍ଗଳବାର ଦିନ ଆତଙ୍କବାଦୀମାନେ ପହଲଗାମର ବୈସାରନରେ ଆତ୍ମଘାତୀ ଆକ୍ରମଣ କରିଥିଲା।ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଥିଲେ। ଏହା ଫଳରେ  ରାଜନୈତିକ ମାହୋଲ୍ ଠାରୁ ଆରମ୍ଭ କରି ଫିଲ୍ମ ଜଗତ ଓ  ସାଧାରଣ ଜନତା ମାନଙ୍କ ମଧ୍ୟ ରେ କ୍ରୋଧ ଓ ଆକ୍ରୋଶ ବଢ଼ି ଚାଲିଛି। ତେବେ ସୋସିଆଲ ମିଡିଆ ମଧ୍ୟ ଏଥିରୁ ବାଦ୍ ପଡି ନାହିଁ। ସୋସିଆଲ ମିଡ଼ିଆରେ ଅନେକ ଲୋକ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ଜଣେ ୟୁଜର ଲେଖିଛନ୍ତି ଯେ ବର୍ତ୍ତମାନ ବି କଣ ଆମେ ଏହି ପାକିସ୍ତାନୀ କଳାକାରଙ୍କ ‘ଅବିର ଗୁଲାଲ୍’ ଫିଲ୍ମ ରିଲିଜ କରେଇ ଦେବୁ? ‘ଅବିର ଗୁଲାଲ୍’ ଫିଲ୍ମକୁ ଭାରତରେ ରିଲିଜ୍ କରାଇ ଦେବା କଥା ନୁହେଁ ବୋଲି ମଧ୍ୟ ଅନ୍ୟ ଜଣେ ୟୁଜର ଲେଖିଛନ୍ତି।

ଅପରପକ୍ଷରେ କିଛି ଲୋକ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଫୱାଦ ଖାନଙ୍କୁ ୨୦୧୬ ମସିହାରେ ହୋଇଥିବା ଉରି ଆକ୍ରମଣ ସହିତ ମଧ୍ୟ ତୁଳନା କରୁଛନ୍ତି। ତେବେ ଅବୀର ଗୁଲାଲ୍ ମେ ୯ ତାରିଖରେ ମୁକ୍ତିଲାଭ କରିବ। ଏହି ଫିଲ୍ମଟି ଆରତୀ ଏସ୍ ବାଗଡିଙ୍କ ଦ୍ୱାରା ନିର୍ଦ୍ଦେଶିତ ଅଟେ।

 

Comments are closed.