Latest Odisha News

BREAKING NEWS

ବକ୍ସ ଅଫିସରେ ଧମାଲ କରିପାରିଲାନି ‘ସେଲ୍ଫି’

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଇମ୍ରାନ ହାସମିଙ୍କ ଅଭିନୀତ ଫିଲ୍ମ ‘ସେଲଫି’ ବକ୍ସ ଅଫିସରେ ଯେଉଁ ଧମାଲ ମଚେଇବ ବୋଲି ଆଶା କରୁଥିଲା ତାହା ଫେଲ ମାରିଛି | ବାସ୍ତବରେ ଏହି ଫିଲ୍ମକୁ ନେଇ ଯେଭଳି ଆଶା କରୁଥିଲା, ତାହା ସଫଳ ହୋଇନାହିଁ | ଫିଲ୍ମଟି ଓପନିଂ ଦିନ ହିଁ ଫ୍ଲପ୍ ସାବ୍ୟସ୍ତ ହୋଇଛି । ରାଜ ମେହେଟ୍ଟାଙ୍କ ଦ୍ୱାରା ନିର୍ମିତ ‘ସେଲଫି’ ପ୍ରଥମ ଦିନରେ ଭାରତରେ ୨.୫୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ଓପନିଂ ଦିନର କଲେକ୍ସନ ଅତ୍ୟନ୍ତ ଫିକା ଥିବାବେଳେ ଆଶା କରାଯାଉଥିଲା ଯେ ସପ୍ତାହ ଶେଷବେଳକୁ ଫିଲ୍ମ ଭଲ ରୋଜଗାର କରିବ | ତେବେ ଅକ୍ଷୟ କୁମାରଙ୍କ ଫିଲ୍ମ ସପ୍ତାହ ଶେଷରେ ମଧ୍ୟ ଖରାପ ପ୍ରଦର୍ଶନ କରିଛି ।

ଶନିବାର ଅର୍ଥାତ୍ ଦ୍ୱିତୀୟ ଦିନରେ ମଧ୍ୟ ଏହି ଚଳଚ୍ଚିତ୍ର ଅଧିକ ବ୍ୟବସାୟ କରିପାରିନାହିଁ | ଏକ ଆକଳନ ଅନୁଯାୟୀ, ‘ସେଲଫି’ ଦ୍ୱିତୀୟ ଦିନରେ ୩.୫୦ କୋଟି ଟଙ୍କା ରୋଜଗାର କରିଛି। ଚଳଚ୍ଚିତ୍ର ସମୀକ୍ଷକ ତରନ୍ ଆଦର୍ଶଙ୍କ ଟ୍ୱିଟ୍ ଅନୁଯାୟୀ, ‘ସେଲଫି’ର ଦ୍ୱିତୀୟ ଦିନ ବକ୍ସ ଅଫିସ୍ ସଂଗ୍ରହ ମାତ୍ର ୧.୮୩ କୋଟି ଟଙ୍କା ଥିଲା। ଅକ୍ଷୟ ଏବଂ ଇମ୍ରାନ୍ ହାସମିଙ୍କ ଫିଲ୍ମ ‘ସେଲଫି ‘ ମାଲାୟାଲମ୍ ଚଳଚ୍ଚିତ୍ର’ ଡ୍ରାଇଭିଂ ଲାଇସେନ୍ସ’ର ଅଫିସିଆଲ୍ ରିମେକ୍ ହୋଇଥିବାବେଳେ ୧୫୦ କୋଟି ଟଙ୍କା ବଜେଟରେ ‘ସେଲଫି’ ପ୍ରସ୍ତୁତ କରାଯାଇଛି। ଫିଲ୍ମକୁ ନେଇ ନିର୍ମାତାଙ୍କ ଠାରୁ ଆରମ୍ଭ କରି ତାରକା ପର୍ଯ୍ୟନ୍ତ ସମସ୍ତେ ଭଲ ରୋଜଗାର କରିବ ବୋଲି ଆଶା କରୁଥିଲେ, କିନ୍ତୁ ଅକ୍ଷୟ କୁମାରଙ୍କ ରିମେକ୍ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଛି |

Leave A Reply

Your email address will not be published.