ବ୍ୟୁରୋ: ରଣବୀର କପୁର ଷ୍ଟାରର ଫିଲ୍ମ ରାମାୟଣ ଦେଶରେ୧ହଜାର କାଟିର ବିଜନେସ୍ କରିସାରିଲାଣି । ତଥାପି ଫିଲ୍ମକୁ ନେଇ ବିବାଦ ତର୍କ ବିତର୍କ ସରୁନି । ଫିଲ୍ମରେ ଶ୍ରୀରାମଙ୍କ ଭୂମିକାରେ ରଣବୀର କପୁର, ମା ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀ ଓ ରାବଣ ଭୂମିକାରେ ୟଶ୍ ନଜର ଆସିଥିଲେ । ଫିଲ୍ମରେ ରାବଣ ଭୂମିକାକୁ ବେଶି ଗୁରୁତ୍ୱ ଦିଆଯିବା ସହ ତାକୁ ହିଁ ହିରୋ ଭଳି ଦେଖାଯାଇଥିବା ଲୋକ ଅଭିଯୋଗ କରୁଛନ୍ତି । ଯାହାର ଉତ୍ତର ଦେବାକୁ ମୁହଁ ଖୋଲିଛନ୍ତି ପ୍ରଯୋଜକ ନମିତ ମଲହୋତ୍ରା । ନମିତ୍ କହିଛନ୍ତି ଆମେ ଫିଲ୍ମରେ ରାବଣକୁ ଭଲ ବୋଲି ଦେଖାଇନାହୁଁ । ଏକ ସାକ୍ଷାତକାରରେ ସେ କହିଛନ୍ତି ଫିଲ୍ମରେ ରାବଣ ଭୂମିକାକୁ ବେଶି ମହିମାମଣ୍ଡିତ କରାଯାଇନାହିଁ । ଫିଲ୍ମରେ ଦେଖାଯାଇଥିବା ପ୍ରତ୍ୟେକ ଦୃଶ୍ୟରେ ରାବଣର କୌଣସି ଭଲ କାମ ଦେଖାଯାଇନି । କୃରତାର ସୀମା ପାର୍ କରିଥିବା ଲଙ୍କାପତି ରାବଣକୁ ଦେଖାଯାଇଛି ରାମାୟଣ ଚଳଚ୍ଚିତ୍ରରେ । ଲଙ୍କାପତି ଭୂମିକାରେ ୟଶ୍ କିପରି ସବୁକିଛି ବରବାଦ କରିଦେଉଛନ୍ତି ସେସବୁ ଦେଖାଯାଇଛି । ରାବଣର ଆତଙ୍କକୁ ଶେଷ କରିବାକୁ ପ୍ରଭୁ ଶ୍ରୀରାମଙ୍କୁ ମଣିଷ ଜନ୍ମ ନେବାକୁ ପଡିଥିଲା । ତେଣୁ ରାବଣର ଆତଙ୍କରାଜକୁ ଫିଲ୍ମରେ ଦର୍ଶାଯାଇଛି, କୌଣସି ଭଲଗୁଣ ନୁହେଁ ବୋଲି ସେ କହିଛନ୍ତି ।
୫ନଭେମ୍ବରରେ ରିଲିଜ୍ ହୋଇଥିବା ରାମାୟଣ ଫିଲ୍ମ ଏବେ ବକ୍ସ ଅଫିସରେ ଜବରଦସ୍ତ ଇନକମ୍ କରୁଛି । ରଣବୀର କପୁର, ସାଇ ପଲ୍ଲବୀ, ୟଶ୍ ଓ ରବି ଦୁବେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତ । ୨୩ଦିନରେ ଫିଲ୍ମ ହଜାରେ କୋଟି କ୍ଲବରେ ସାମିଲ ହୋଇସାରିଲାଣି । ଏହି ସଫଳତା ପରେ ‘ଦଙ୍ଗଲ’ ଓ ‘ଧୁରନ୍ଦର-୨’ ଭଳି ଦେଶର ତୃତୀୟ ଜବରଦସ୍ତ ଇନକମ୍ କରିଥିବା ଫିଲ୍ମ ପାଲଟିଯାଇଛି । ଆସନ୍ତା ବର୍ଷ ଆସିବ ରାମାୟଣର ଦ୍ୱିତୀୟ ଇନଷ୍ଟଲମେଂଟ ।
