Latest Odisha News

BREAKING NEWS

ମେ ୧୫ରେ ହେବ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ର ଟ୍ରେଲର ରିଲିଜ୍

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ବିକି କୌଶଲ ତାଙ୍କର ଆଗାମୀ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟ୍ରେଲର ମେ ୧୫ ତାରିଖରେ ରିଲିଜ୍ ହେବ । ଏହାକୁ ନେଇ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ଅଛନ୍ତି । ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ର ରିଲିଜ ତାରିଖ ସ୍ଥଗିତ ହେବା ମାତ୍ରେ ଏହି ଫିଲ୍ମର ନିର୍ମାତା ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ଜୁନ୍ ୨ ତାରିଖରେ ରିଲିଜ୍ ହେବ ।

BjdElectrycity

ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ରେ ପ୍ରଥମ ଥର ପାଇଁ ଅଭିନେତା ଭିକି ଓ ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ଏକାଠି ନଜର ଆସିବେ । ଯେତେବେଳେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା, ସେ ସମୟରେ ନିର୍ମାତାମାନେ ଫିଲ୍ମର ନାମ ପ୍ରକାଶ କରି ନ ଥିଲେ । ପ୍ରଶଂସକଙ୍କ ଦ୍ୱାରା କଳ୍ପନାଜଳ୍ପନା କରାଯାଇଥିଲା ଯେ ଫିଲ୍ମର ନାମ ‘ଲୁକା ଚୁପି ୨’ ହେବାକୁ ଯାଉଛି । କିନ୍ତୁ ବର୍ତ୍ତମାନ ବିକି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଫିଲ୍ମର ନାମ ‘ଜରା ହଟ୍‌କେ ଜରା ବଚକେ’ ବୋଲି ପ୍ରକାଶ କରିଛନ୍ତି ।

ଏଥିସହିତ ନିକଟରେ ଭିକି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଫିଲ୍ମର ଅନେକ ସିନ୍ ଦେଖିବାକୁ ମିଳୁଛି । ଏହି ଭିଡିଓ ସେୟାର କରି ଭିକି ଲେଖିଛନ୍ତି, ‘ଫିଲ୍ମଟି ରୋମାଣ୍ଟିକ୍ ନା ନାଟକୀୟ? ଆପଣ କ’ଣ ଭାବୁଛନ୍ତି , ଆମର କାହାଣୀ କେମିତି ହେବ? ଉଲ୍ଲେଖନୀୟ କଥା ହେଉଛି, ଏହି ଫିଲ୍ମଟି ଏକ ରୋମାଣ୍ଟିକ୍ କମେଡି ହେବାକୁ ଯାଉଛି’ ।

Leave A Reply

Your email address will not be published.