Latest Odisha News

BREAKING NEWS

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଲା ସଂସଦରେ ବଜେଟ୍ ଉପସ୍ଥାପନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୯-୨୦ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ଆରମ୍ଭ କରିଛନ୍ତି । ଆଜି ଲୋକସଭାରେ ଦିନ ଠିକ୍ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଲାଗି ତାଙ୍କର ଅଭିଭାଷଣ ଆରମ୍ଭ କରିଛନ୍ତି ।

ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖି କହିଛନ୍ତି, ଆଗାମୀ ୫ ବର୍ଷରେ ୫ ଟ୍ରିଲିୟନ ଡଲାର୍ ଅର୍ଥନୀତିରେ ପହଞ୍ଚିବା ଲକ୍ଷ୍ୟ ସରକାର ତିନୋଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଉଛନ୍ତି, ‘ରିଫର୍ମ’, ‘ପର୍ଫମ୍’ ଓ ‘ଟ୍ରାନ୍ସଫର୍ମ’ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପନ୍ଥା । ନୂଆ ଭାରତ ଆଡ଼କୁ ଆମେ ଅଗ୍ରସର ହେଉଛୁ । ଏହି ନିର୍ବାଚନରେ ୬୭.୯ % ଭୋଟର୍ ମତ ସାବ୍ୟସ୍ତ କରିଛନ୍ତି । ସରକାରୀ ପ୍ରକ୍ରିୟାକୁ ସରଳ କରିବାକୁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରାଯିବ । ଆମେ ଯେଉଁ ସ୍ଥିର ଭାରତର ପରିକଳ୍ପନା କରିଥିଲୁ ତାହା ସଫଳ ହୋଇଛି । ଦେଶର ପ୍ରତ୍ୟେକ ବ୍ୟକ୍ତି ପରିବର୍ତ୍ତନକୁ ହିଁ ଅନୁଭବ କରୁଛନ୍ତି ।

ଆଜି ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ଲୋକସଭାର ସମସ୍ତ ସଦସ୍ୟଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗେସ ନେତା ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.