Latest Odisha News

BREAKING NEWS

ଏମିତି ସ୍ବାମୀ ଖୋଜ ଯିଏ ଘରର କାମ କରିପାରିବେ, ଦିବଙ୍ଗତ ପତ୍ନୀଙ୍କୁ ମନେପକାଇ ଏପରି କହିଲେ CJI ଡିୱାଇ ଚନ୍ଦ୍ରଚୂଡ

ବେଙ୍ଗାଲୁରୁ: ଏମିତି ସ୍ବାମୀ ଖୋଜ ଯିଏ ଘର କାମ କରିପାରିବେ । ଜଣେ ଭଲ ଓକିଲ ହେବା ପୂର୍ବରୁ ଜଣେ ଭଲ ମଣିଷ ହେବାକୁ ପଡିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏକ କାର୍ଯ୍ୟକ୍ରମରେ ତାଙ୍କ ଦିବଙ୍ଗତ ପତ୍ନୀଙ୍କୁ ମନେ ପକାଇ ତାଙ୍କ ସହ ଜଡିତ ଏକ କାହାଣୀ ଶୁଣାଇଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି,”ମୋର ଦିବଙ୍ଗତ ପତ୍ନୀ ଜଣେ ଓକିଲ ଥିଲେ । ଯେବେ ସେ ଚାକିରି ପାଇଁ ଏକ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ ସେଠାରେ ତାଙ୍କୁ ପଚରା ଯାଇଥିଲା ଯେ ଗୋଟେ ଦିନକୁ କେତେ ସମୟ କାମ ରହିବା ଉଚିତ । ଉତ୍ତରରେ ସେ କହିଥିଲେ ଯେ, କାମ ପାଇଁ କୌଣସି ସମୟ ଘଣ୍ଟା ନଥାଏ । ୨୪x୭ ଏବଂ ୩୬୫ ଦିନ କାମ ହୋଇଥାଏ ।

ସୂଚନା ଅନୁସାରେ, ବେଙ୍ଗାଲୁରୁରେ ନ୍ୟାସନାଲ ଲ’ ସ୍କୁଲ୍‌ ଅଫ୍‌ ଇଣ୍ଡିଆ ୟୁନିଭରର୍ସିଟିର ୩୧ତମ ବାର୍ଷିକ ସମାରୋହକୁ ସମ୍ବୋଧିତ କରିଥିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ସିଜେଆଇ କହିଥିଲେ, “ମୋର ଦିବଙ୍ଗତ ପ୍ରଥମ ପତ୍ନୀ ବାର ସଦସ୍ୟ ଥିଲେ । ମୁଁ ଯେବେ ବିଚାରପତି ଥିଲି ସେ ଲିଟିଗେସନ୍‌ ଓକିଲ ଭାବେ ପ୍ରାକ୍ଟିସ ଛାଡ଼ି ଦେଇଥିଲେ । ଏହା ପରେ ଏକ ଲ’ ଫର୍ମରେ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ । ସେଠାରେ ସେ ପରିବାର ଥିବା କହିଥିଲେ । ସେଠାରେ ତାଙ୍କୁ କୁହାଯାଇଥିଲା କି ପରିବାର ସହିତ ସମୟ ବିତାଇବାକୁ ସମୟ ମିଳିବ ନାହିଁ । ତାଙ୍କୁ ଏମିତି ସ୍ବାମୀ ଖୋଜିବାକୁ ପଡିବ ଯିଏ ଘରର ସବୁ କାମ କରି ପାରୁଥିବ ।

ପ୍ରଧାନ ବିଚାରପତି ଆହୁରି କହିଛନ୍ତି,”ଗତ ବର୍ଷ ସୁପ୍ରିମକୋର୍ଟରେ ୪ରୁ ୫ଜଣ ମହିଳା ଲ’ କ୍ଲର୍କ୍‌ ଥିଲେ । ତାଙ୍କ ପାଇଁ ଏହା ସାଧାରଣ କଥା ଯେ ସେ ମୋତେ ଫୋନ୍‌ କରିବେ ଓ କହିବେ ସାର୍‌, ମୋତେ ମାସିକ ଋତୁସ୍ରାବ ସମସ୍ୟା ରହିଛି । ତ ମୁଁ ତାଙ୍କୁ ନିଦ୍ୱନ୍ଦ୍ୱରେ ଘରେ ବସି କାମ ଜାରି ରଖିବାକୁ କହିଥାଏ । କାରଣ ମୋର ବିଶ୍ବାସ ଥାଏ ଯେ ସବୁଦିନ ପରି ସେହିଦିନ ମାନଙ୍କରେ ମଧ୍ୟ ସେମାନେ  ସଠିକ କାମ କରିବ । ମାତ୍ର ନିଜର ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେଇ ବିଶ୍ରାମ କରିବାକୁ ମୁଁ ତାଙ୍କୁ ପରାମର୍ଶ ଦେଇଥାଏ । କାରଣ ସ୍ବାସ୍ଥ୍ୟ ହିଁ ପ୍ରଥମ କଥା ।

ଏହା ପରେ ସେ ସ୍ନାତକୋତ୍ତର ଛାତ୍ରମାନଙ୍କୁ “ଉତ୍ତମ ଆଇନଜୀବୀ” ହେବା ଅପେକ୍ଷା ଜଣେ “ଭଲ ବ୍ୟକ୍ତି” ହେବାକୁ ପରାମର୍ଶ ଦେଇଥିଲେ। ସେ ଆଇନ ଛାତ୍ରମାନଙ୍କୁ କହିଛନ୍ତି ଯେ ଯଦି ସଫଳ ହେବାର ମୂଲ୍ୟ ସ୍ଵରୁପ ଆମକୁ ଆମ ବିବେକ ବିରୁଦ୍ଧରେ କାର୍ଯ୍ୟ କରିବାକୁ ପଡେ କିମ୍ବା ଅନ୍ୟାୟ ପ୍ରତି ଉଦାସୀନ ହେବାକୁ ପଡେ, ତେବେ ଜାଣନ୍ତୁ ଯେ ଏହାର ମୁଲ୍ୟ ଖରାପ ହୋଇଥାଏ ।

 

Leave A Reply

Your email address will not be published.