Latest Odisha News

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ବଜେଟ୍ ୧୬ରୁ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ କେନ୍ଦ୍ର ସରକାର ଆସନ୍ତା ଆର୍ଥିକ ବର୍ଷ(୨୦୨୦-୨୧) ପାଇଁ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଚଳିତ ମାସ ୧୬ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏହା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ବଜେଟ୍ ହେବ।

ଏଥିରେ ପ୍ରାକ୍- ବଜେଟ୍ ବୈଠକ ଆୟୋଜନ କରାଯିବ। କରୋନା ମହାମାରୀ କାଳରେ ରାଜସ୍ବ ସଂଗ୍ରହ ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ସମସ୍ୟାକୁ ନେଇ ଆଲୋଚନା କରାଯିବ।

ଏହି ପ୍ରାକ୍‌ ବଜେଟ୍‌ ଆଲୋଚନା ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ବିଭିନ୍ନ ଅଂଶୀଦାରମାନଙ୍କ ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ମନ୍ତ୍ରାଳୟର ଅଧିକାରୀମାନେ ଆଲୋଚନା କରିବେ। କେଉଁ ସ୍କିମ୍‌ ପାଇଁ କେତେ ଟଙ୍କା ଖର୍ଚ୍ଚ ଆବଶ୍ୟକ ସେ ସମ୍ପର୍କିତ ଦାବି ଉପସ୍ଥାପନ କରାଯିବ।

ତେବେ ଏ ବଜେଟ୍ ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ ହେବା ନେଇ ଅର୍ଥନୈତିକ ବ୍ୟାପାର ବିଭାଗ ଅଧୀନରେ ଥିବା ବଜେଟ୍‌ ଡିଭିଜନ୍ ପକ୍ଷରୁ ଏକ ସକୁର୍ଲାର୍ ଜାରି କରି ସୂଚନା ଦିଆଯାଇଛି।

Comments are closed.