Latest Odisha News

BREAKING NEWS

ହଥରସ ଗାଁରେ ମିଡିଆକୁ ପ୍ରବେଶ ଅନୁମତି, ପରିବାର ଲୋକ କହିଲେ ସାଂଘାତିକ କଥା

ଉତ୍ତରପ୍ରଦେଶ: ହଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗକୁ ନେଇ ଦୁଇ ଦିନ ହେବ ବନ୍ଦ ରହିଥିବା ହଥରସ ଗାଁ ସୀମା  ଆଜି ଖୋଲିଛି ପ୍ରଶାସନ । ଗାଁ ଭିତରକୁ ଯିବା ପାଇଁ ଗଣମାଧ୍ୟମକୁ ଅନୁମତି ମିଳିଛି । ଉତ୍ତରପ୍ରଦେଶ ପୋଲିସ କହିଛି, ଏସଆଇଟି ତଦନ୍ତ ଶେଷ ହେବା ପରେ ଗାଁ ଭିତରକୁ ମିଡିଆକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି ।

ଗଣଦୁଷ୍କର୍ମ ଘଟଣାରେ ପୁରା ଗାଁକୁ ବ୍ୟାରିକେଡ୍ କରାଯାଇଥିଲା । ପୋଲିସ କଡ଼ା ପ୍ରହରା ଦେଉଥିଲେ । ମିଡିଆ ଆଗରେ ପୀଡ଼ିତାଙ୍କ ପରିବାର ଲୋକ ଅନେକ କଥା କହିଛନ୍ତି । ଅଭିଯୋଗ କରିଛନ୍ତି, ଗତକାଲି କୌଣସି ଏସଆଇଟି ଗାଁକୁ ଆସି ନଥିଲେ । କେବଳ ପୋଲିସ ପଇଁତରା ମାରୁଥିଲେ । ଦିନେ ଆଗରୁ ଏସଆଇଟି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା ।

ଗଣମାଧ୍ୟମ ଆଗରେ ପରିବାର ଲୋକ ଅଭିଯୋଗ କରିଛନ୍ତି, ହଥରସ ଜିଲ୍ଲାପାଳ ସେମାନଙ୍କୁ ଧମକାଇଥିଲେ । ବାରମ୍ବାର କହୁଥିଲେ ତୁମମାନଙ୍କୁ ଆର୍ଥିକ ସହାୟତା ରାଶି ମିଳି ଯାଇଛି । ଆକାଉଣ୍ଟରେ କେତେ ଟଙ୍କା ଆସିଛି ଜାଣିଛ ତ ବୋଲି ଜିଲ୍ଲାପାଳ କହୁଥିଲେ ବୋଲି ପୀଡ଼ିତାଙ୍କ ଭାଉଜ ମିଡିଆ ଆଗରେ କହିଛନ୍ତି ।

ସେହିପରି ପୀଡ଼ିତାଙ୍କ ପରିବାରର ଭାଇ କହିଛନ୍ତି, ସେମାନେ ନାର୍କୋ ଟେଷ୍ଟ କରାଇବେ ନାହିଁ । ଜିଲ୍ଲାପାଳଙ୍କର ପଲିଗ୍ରାଫ ଟେଷ୍ଟ କରାଯାଉ । ସେମାନଙ୍କୁ ବାହାରକୁ ବାହାରିବା ପାଇଁ ଦିଆଯାଉ ନଥିଲା । କାରଣ ପ୍ରଶାସନକୁ ଡର ଥିଲା ଯେ, ପରିବାର ଲୋକ ମିଡିଆ ଆଗରେ ସବୁ ସତ କଥା କହି ଦେବେ।

Leave A Reply

Your email address will not be published.