Latest Odisha News

BREAKING NEWS

କୋଭିଡ୍‌ ଚିକିତ୍ସାରେ ଅନିୟମିତତା ଯୋଗୁ ୪ ଘ‌ରୋଇ ହସ୍ପିଟାଲ୍‌ ବିରୋଧରେ ମାମଲା ରୁଜୁ

ଆନ୍ଧ୍ରପ୍ରଦେଶ: ରାଜ୍ୟ ଭିଜିଲାନ୍ସ ଏବଂ ଏନଫୋର୍ସମେଣ୍ଟ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡ କୋଭିଡ ଚିକିତ୍ସା ଯୋଗାଇବାରେ ଅନିୟମିତତା ତଥା ଅପବ୍ୟବହାର ବିଷୟରେ ଜାଣିବା ପରେ ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶର ଚାରୋଟି ଘରୋଇ ଡାକ୍ତରଖାନା ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା।

“ଫ୍ଲାଇଙ୍ଗ ସ୍କ୍ବାଡ ଶୁକ୍ରବାର ଦିନ ଡାକ୍ତରଖାନାର ଯାଞ୍ଚ ଜାରି ରଖିଛି। ଦଳ ଏପର୍ଯ୍ୟନ୍ତ ୧୫ଟି ଡାକ୍ତରଖାନା ଯାଞ୍ଚ କରିଛନ୍ତି ଏବଂ ଚାରିଟି ଡାକ୍ତରଖାନାରେ ଅନିୟମିତତା ହୋଇଥିବା ଯୋଗୁ ସମ୍ପୃକ୍ତ ସମସ୍ତ ଡାକ୍ତରଖାନାର ପରିଚାଳନା ବିରୋଧରେ ଅପରାଧିକ ମାମଲା ରୁଜୁ କରିଛନ୍ତି ବୋଲି ଆନ୍ଧ୍ରପ୍ରଦେଶର ଭିଜିଲାନ୍ସ ଏବଂ ଏନଫୋର୍ସମେଣ୍ଟ ବିଭାଗ ‌ଡାଇରେକ୍ଟର ଜେନେରାଲ କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀ କହିଛନ୍ତି।

Leave A Reply

Your email address will not be published.