ଭୋପାଳ: ଖରଗୋନ ହିଂସା ମାମଲାରେ ଭୁଲ ଫଟୋ ଶେୟାର କରି ଫସିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଦିଗବିଜୟ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ଜଣେ ଯୁବକ ଏକ ମସଜିଦ ଉପରେ ହାତରେ ପତାକା ଧରି ଚଢ଼ୁଛି । ଖଣ୍ଡା, ଲାଠି ନେଇ ଧାର୍ମିକ ସ୍ଥଳ ଉପରେ ପତାକା ଲଗାଇବା ଉଚିିତ ବୋଲି ସେ ପ୍ରଶ୍ନ କରିଥିଲେ ।
ପରେ ଏହି ଫଟୋ ବିହାରର ଜଣାପଡିବା ପରେ ଦିଗବିଜୟଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ମିଛ ଧରାଯିବା ପରେ ସେ ଟୁଇଟକୁ ଡିଲିଟ କରି ଦେଇଥିଲେ । ଏଫଆଇଆର ରୁଜୁ ହେବା ପରେ ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ଏକ ପୁରୁଣା ଫଟୋ ଶେୟାର କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଥିଲେ । ଆଇପିସି ଧାରା ୧୫୩(ଏ), ୨୯୫(ଏ), ୪୬୫ ଓ ୫୦୫(୨)ରେ ଦିଗବିଜୟଙ୍କ ବିରୋଧରେ କେସ ରୁଜୁ କରାଯାଇଛି ।
Comments are closed.