Latest Odisha News

BREAKING NEWS

ଡିଟରଜେଣ୍ଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୦୦ କୋଟିର ସାମଗ୍ରୀ ପାଉଁଶ

ତାମିଲନାଡୁ: ଚେନ୍ନାଇର ଡିଟରଜେଣ୍ଟ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଉତ୍ତର ଚେନ୍ନାଇ ମନାଲିର ବାୟାକଡୁ ଅଞ୍ଚଳରେ ଥିବା ଏକ ଡିଟରଜେଣ୍ଟ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଆନୁମାନିକ ୧୦୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଯାଇଛି । ପୂର୍ବାହ୍ନରେ ହଠାତ ଗୋଦାମ ଘରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ପହଞ୍ଚିଥିଲେ ୫ଟି ଅଗ୍ନିଶମ ବାହିନୀ । ନିଆଁକୁ ନିୟନ୍ତ୍ରଣ କରିବା କାର୍ଯ୍ୟ ଗତ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି।

ନିଆଁ ଲାଗିଥିବା ସ୍ଥାନଠାରୁ କିଛି ଦୂରରେ ଇଣ୍ଡିଆନ ଅଏଲ କମ୍ପାନୀର ଗ୍ୟାସ ସିଲିଣ୍ଡର କାରଖାନା ମଧ୍ୟ ରହିଛି । ଏହି କାରଣରୁ ନିଆଁ ବ୍ୟାପିବାର ଭୟ ରହିଛି। ତଦନ୍ତ ପାଇଁ ମନାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ତାମିଲନାଡୁ ଅଗ୍ନିଶମ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପ୍ରିୟା ରବିଚନ୍ଦ୍ରନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏପର୍ଯ୍ୟନ୍ତ କ୍ଷୟକ୍ଷତିର ସଠିକ ଆକଳନ ହୋଇନାହିଁ।

Leave A Reply

Your email address will not be published.