Latest Odisha News

BREAKING NEWS

ଆୟକର କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଆଇଟିଓସ୍ଥିତ ଆୟକର କାର୍ଯ୍ୟାଳୟ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ଆୟକର ବିଭାଗର ଜଣେ ଅଧୀକ୍ଷକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ ।

ତେବେ ଆଜି ଅପରାହ୍ନ ସମୟରେ ଆଇଟିଓସ୍ଥିତ ଆୟକର କାର୍ଯ୍ୟାଳୟ କୋଠାରେ କୌଣସି କାରଣରୁ ନିଆଲାଗିଯାଇଥିଲା । ଚାହୁଁ ଚାହୁଁ ଏହା ଆଖି ପିଛୁଳାକେ ବ୍ୟାପିଯାଇଥିଲା । ନିଆଁର ଭୟାବହତାକୁ ଦେଖି କର୍ମଚାରୀ ମାନେ ହତବାକ ହୋଇ ଏପଟସେପଟ ଦୌଡିବାକୁ ଆରମ୍ଭ କରିଦେଇଥିଲେ । ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ୨୧ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ବହୁ କସରତ ପରେ ନିଆଁ କୁ କାବୁ କରିଥିଲେ ।

ହେଲେ ଏଥିରେ ଫସିରହିଥିବା ସମସ୍ତ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ, ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ସେ କାର୍ଯ୍ୟାଳୟ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ, ଫୋରେନସିକ୍ ଟିମ୍ ପକ୍ଷରୁ ତଦନ୍ତ ଜାରି ରହିଛି ।

Comments are closed.