ଢେଙ୍କାନାଳ : ରାସ୍ତାକଡ଼ରେ ହୁତହୁତ ହୋଇ ଜଳିଗଲା ଦୋକାନ ଘର। ଆଖି ପିଛୁଳାକେ ପୋଡି ପାଉଁଶ ହୋଇଗଲା ଘର ଭିତରେ ଥିବା ସମସ୍ତ ଜିନିଷ । ନିଆଁକୁ ଆୟତ କରିବା ସମ୍ଭବ ହୋଇନଥିବା ବେଳେ କିଛି ସମୟ ପରେ ପହଞ୍ଚିଥିଲା ଦମକଳ ବାହିନୀ । ଏହି ଅଗ୍ନିକାଣ୍ଡ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ରାଧାକୃଷ୍ଣ ବଜାର ଅଞ୍ଚଳରେ।
ରାସ୍ତା କଡରେ ଥିବା ବହୁ ପୁରୁଣା ଏହି ରଙ୍ଗ ଦେକାନରେ ହଠାତ୍ ନିଆଁ ଲାଗିଯାଇଥିଲା। କିଛି କ୍ଷଣ ମଧ୍ୟରେ ନିଆଁ ଚାରିଆଡେ ବ୍ୟାପିଯାଇଥିବା ବେଳେ ସ୍ଥାନୀୟ ଲୋକେ ନିଆଁକୁ ଆୟତତ୍ତ କରିପାରିନଥିଲେ। ଦୋକାନ ଘର ଭିତରେ ଥିବା ସମସ୍ତ ଜିନିଷ ପତ୍ର ପୋଡିଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଦନି ଦିପହରରେ ହଠାତ୍ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହାର କାରଣ ସ୍ପଷ୍ଟ ହୋଇପାରିନି। ତେବେ ଏହି ଅଗ୍ନିକାଣ୍ଡ ସଟସର୍କିଟ ଯୋଗୁ ହୋଇଥିବା ଅନୁମାନ କରାଯାଉଛି।