Latest Odisha News

BREAKING NEWS

ଭୁବନେଶ୍ୱରର ଏକ ଘରୋଇ ହଷ୍ଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟବିହାର ଅଞ୍ଚଳରେ ଥିବା ଏକ ଘରୋଇ ମହିଳା ହଷ୍ଟେଲରେ ସୋମବାର ଦିନ ଅଗ୍ନିକାଣ୍ଡ ଘଟିଛି।

ସ୍ଥାନୀୟ ବାସିନ୍ଦା ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ତେବେ ନିଆଁ ଦ୍ରୁତ ଗତିରେ ବ୍ୟାପିବାରୁ ଆଖପାଖ ଅଞ୍ଚଳରେ ରହୁଥିବା ପରିବାର ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।

ସୂଚନା ପାଇ ଅଗ୍ନିଶମ କର୍ମଚାରୀଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ନିଆଁ କେବଳ ଗୋଟିଏ କୋଠରୀରେ ଲାଗିଥିବା ବେଳେ ଏହାକୁ ଲିଭାଇ ଦିଆଯାଇଥିଲା ବୋଲି ଜଣାପଡିଛି।

ଘଟଣାରେ କେହି ଆହତ ହୋଇଥିବାର ଖବର ମିଳିନଥିଲେ ମଧ୍ୟ ଅଗ୍ନିକାଣ୍ଡରେ ବହୁ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ସମ୍ପତ୍ତି କ୍ଷତିର ପରିମାଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଜଣେ ଛାତ୍ରୀ ତାଙ୍କ ରୁମରେ ଦୀପ ଜାଳି ମନ୍ଦିରକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା ବୋଲି କୁହାଯାଉଛି। ତେବେ  ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

 

Comments are closed.