ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ସରବାହାଲ ରୋଡ୍ ସ୍ଥିତ ୟୁନିଅନ ବ୍ୟାଙ୍କ ଶାଖାରେ ରବିବାର ଦିନ ଅଗ୍ନିକାଣ୍ଡ ଘଟିଛି।
ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟା ୩୦ମି. ସମୟରେ ବ୍ୟାଙ୍କ କୋଠାରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ତେବେ ଏହି ଅଗ୍ନିକାଣ୍ଡ ଫଳରେ ବ୍ୟାଙ୍କ ପରିସରରେ ରଖାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ଅଫିସ ଫାଇଲଗୁଡ଼ିକ ପୋଡି ଯାଇଥିବା ଜଣାପଡିଛି। ଅପରପକ୍ଷରେ ଏସିର ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
Comments are closed.