Latest Odisha News

BREAKING NEWS

ଗରିବ ରଥ ଏକ୍ସପ୍ରେସ ଇଞ୍ଜିନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତିଲେ ଯାତ୍ରୀ…

ନୂଆଦିଲ୍ଲୀ: ରାଜସ୍ଥାନରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଟ୍ରାକରେ ଚାଲୁଥିବା ଗରିବ ରଥ ଏକ୍ସପ୍ରେସ (୧୨୨୧୬)ର ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଯାହାପରେ ଆତଙ୍କ ଖେଳିଯାଇଥିଲା। ସେନ୍ଦ୍ରା (ବେଭର) ରେଳ ଷ୍ଟେସନ ଦେଇ ଯିବା ସମୟରେ ଏହି ଅଘଟଣ ଘଟିଥିଲା।

ଲୋକୋ ପାଇଲଟ୍ ତୁରନ୍ତ ଟ୍ରେନ୍‌କୁ ଅଟକାଇବା ପରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା। ସୂଚନା ପାଇ ଆଜମେରରୁ ଇଞ୍ଜିନିୟର ଏବଂ ସୁରକ୍ଷା ଟିମ୍ ଘଟଣାସ୍ଥଳରେ ପହଞ୍ଚିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ଯାନ୍ତ୍ରିକ ତ୍ରୁଟି କିମ୍ବା ସର୍ଟସର୍କିଟ୍ ଯୋଗୁଁ ଇଞ୍ଜିନରେ ନିଆଁ ଲାଗିଥିଲା। ତେବେ ଏହି ଘଟଣା ଯୋଗୁଁ ଆଜମେର-ବେଭର ଟ୍ରାକରେ ଯାତାୟାତ ବନ୍ଦ କରିଦିଆଯାଇଥିଲା।

ଏଥିରେ ୫୦୦ ଜଣ ଯାତ୍ରୀ ଥିଲା ବେଳେ ସମସ୍ତଙ୍କୁ ଓହ୍ଲାଇ ଦିଆଯାଇଥିଲା। ଗରିବ ରଥ ଏକ୍ସପ୍ରେସ୍ ମୁମ୍ବାଇର ବାନ୍ଦ୍ରା ଏବଂ ଦିଲ୍ଲୀର ସରାଇ ରୋହିଲ୍ଲା ଜଙ୍କସନ୍ ମଧ୍ୟରେ ଚାଲିଥାଏ। ରାତି ପ୍ରାୟ ୧୧.୩୦ ରେ ଆବୁ ରୋଡ୍ ଛାଡିବା ପରେ ଏହା ସକାଳ ୩.୪୫ ରେ ଆଜମେର ପହଞ୍ଚିଥାଏ। ତେବେ ଶନିବାର ସେନ୍ଦ୍ରା ଷ୍ଟେସନ ନିକଟରେ ହଠାତ୍ ଟ୍ରେନ୍‌ର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ସୌଭାଗ୍ୟବଶତଃ, ଇଞ୍ଜିନ୍‌ରୁ କୋଚ୍‌ଗୁଡ଼ିକୁ ନିଆଁ ବ୍ୟାପି ନଥିଲା। ଯାହାଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।

ସୂଚନା ପାଇ ଆଜମେରର ଇଞ୍ଜିନିୟର ଏବଂ ସୁରକ୍ଷା ଟିମ୍ ସେନ୍ଦ୍ରା ଷ୍ଟେସନ୍‌ରେ ପହଞ୍ଚିଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଯାନ୍ତ୍ରିକ ତ୍ରୁଟି କିମ୍ବା ସର୍ଟ ସର୍କିଟ୍ ଯୋଗୁଁ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା।

 

Comments are closed.