Latest Odisha News

ଟାଇମ୍ସ ଟାୱାରରେ ଭୟଙ୍କର ଅଗ୍ନିକାଣ୍ଡ, ଧୂଆଁମୟ ହେଲା ପରିବେଶ

ମୁମ୍ବାଇ: ମୁମ୍ବାଇ ଟାଇମ୍ସ ଟାୱାରରେ ଭୟାବହ ଅଗ୍ନିକାଣ୍ଡ। ମହାରାଷ୍ଟ୍ର ମୁମ୍ବାଇ ଲୋୟର ପରେଲ ଅଞ୍ଚଳରେ ଥିବା ଟାଇମ୍ସ ଟାୱାର ବିଲ୍ଡିଂ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସତ ମହଲ ବିଶିଷ୍ଟ କୋଠାରେ ଅଚାନକ ନିଆଁ ଲାଗିଯାଇଥିଲା। ନିଆଁର ଏତେ ଭୟାବହ ଥିଲା ଯେ କିଛି ସମୟ ପାଇଁ ଚାରିଆଡେ ଧୂଆଁ ମୟ ହୋଇଯାଇଥିଲା।

ପରେ ଖବର ପାଇ ୯ଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବହୁ ସମୟ ପରେ ଅଗ୍ନିଶମ ବାହିନୀର ସଙ୍ଘର୍ଷ ଫଳରେ ନିଆଁକୁ ଆୟତ କରାଯାଇଥିଲା। ନିଆଁର ମାତ୍ର ଏତେ ଅଧିକ ଥିଲା ଯେ, ଅଗ୍ନିଶମ ବିଭାଗ ଏହାକୁ ଲେଭେଲ ୨ ଅଗ୍ନିକାଣ୍ଡ ବୋଲି ଘୋଷଣା କରିଛି।

ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

 

Comments are closed.