Latest Odisha News

BREAKING NEWS

ପୁରୀ ଏସସିଏସ କଲେଜରେ ଅଗ୍ନିକାଣ୍ଡ, ଜରୁରୀ ଡକ୍ୟୁମେଣ୍ଟ ପୋଡି ପାଉଁଶ

ପୁରୀ: ପୁଣି ପୁରୀରେ ଅଗ୍ନିକାଣ୍ଡ । ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଘଟିଛି ଅଗ୍ନିକାଣ୍ଡ । ମହାବିଦ୍ୟାଳୟ ପରିସରରେ ଥିବା ଇକୋନୋମିକ୍ସ ଡିପାର୍ଟମେଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଖବର ପାଇ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି ।

ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଫିସ୍ ଭିତରେ ଥିବା କିଛି ଜରୁରୀ ଡକ୍ୟୁମେଣ୍ଟ ଅଗ୍ନିକାଣ୍ଡରେ ଜଳି ଯାଇଛି । ଆଜି ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଅଗ୍ନିକାଣ୍ଡ ରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.