Latest Odisha News

BREAKING NEWS

କୋଲକାତା: ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

କୋଲକାତା : କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଆଜି ସକାଳେ କୌଣସି କାରଣବଶତଃ ଅଚାନକ ମେଡିକାଲ କଲେଜର ଫାର୍ମାସି ବିଭାଗରେ ନିଆଁ ଲାଗିଯାଇଥିଲା । ପରବର୍ତ୍ତୀ ସମୟରେ ନିଆଁ ବିଭିନ୍ନ ବିଭାଗକୁ ବ୍ୟାପି ଚାରିଆଡେ ଧୂଆଁ ଖେଳିଯାଇଥିଲା ।

ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି । ଅନ୍ୟପକ୍ଷରେ ଏଯାଏଁ ପାଖାପାଖି ୨୫୦ ଜଣ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ଜଣାପଡିଛି ।

ତେବେ ଏହି ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୧୦ଟି ଦମକଳ ଗାଡିକୁ ନିୟୋଜିତ କରାଯାଇଥିବା ବେଳେ ଗୁରୁତର ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.