Latest Odisha News

BREAKING NEWS

ମୟୂର ପାଟିରୁ ବାହାରୁଛି ନିଆଁ, ଲୋକେ ଦେଖି ଆଶ୍ଚର୍ଯ୍ୟ

ପୌରାଣିକ କଥାରୁ ଆପଣ ନିଶ୍ଚିତ ଭାବେ ଜାଣିଥିବେ ପଶୁମାନଙ୍କ ପାଟିରୁ ନିଆଁ ବାହାରୁଥିଲା । କେବଳ ଚାଇନାରେ ମିଳିଥିବା ଡ୍ରାଗନ୍ ପାଟିରୁ ନିଆଁ ବାହାରି ପାରେ ବୋଲି କୁହାଯାଏ । ପରବର୍ତ୍ତୀ ସମୟରେ ଡ୍ରାଗନ୍ ବି ବିଲୁପ୍ତ ହୋଇଗଲେ । ଏହା ସହିତ, ସେହି ପଶୁମାନେ ମଧ୍ୟ ବିଲୁପ୍ତ ହୋଇଗଲେ ଯେଉଁମାନଙ୍କ ପାଟିରୁ ନିଆଁ ବାହାରୁଥିଲା । କିନ୍ତୁ ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ମୟୂରର ପାଟିରୁ ନିଆଁ ବାହାରୁଛି । ଏହି ଦୃଶ୍ୟ ଦେଖିବାକୁ ଯେତିକି ସୁନ୍ଦର ସେତିକି ଆଶ୍ଚର୍ଯ୍ୟ ବି ଲାଗୁଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ମୟୂର ଛିଡ଼ା ହୋଇଛି । ମୟୂରଟି ପାଟି ଆଁ କରିବାରୁ ସେଥିରୁ ନିଆଁ ବାହାରୁ ଥିବା ନଜର ଆସିଛି । ଏହି ଭିଡିଓ ଅନେକ ଲୋକଙ୍କୁ ବିସ୍ମିତ କରିଛି । ଲୋକମାନେ ଅନୁଭବ କଲେ ଯେ ଏହି ମୟୂର ପାଟିରୁ ନିଆଁ ବାହାରୁଛି । ବାସ୍ତବରେ ମୟୂର ପାଟିରୁ କୌଣସି ନିଆଁ ବାହାରୁ ନାହିଁ । ବରଂ ସୂର୍ଯ୍ୟ କିରଣର ପ୍ରତିଫଳନ ହେତୁ ଏହା ନିଆଁ ପରି ଦେଖାଯାଉଛି । ଯେଉଁ କୋଣରେ ମୟୂରଟି ଠିଆ ହୋଇଥିଲା, ତା ପାଟିରୁ ଶବ୍ଦ ବାହାରୁୁଥିଲା । ପାଟିରୁ ବାହାରୁଥିବା ବାଷ୍ପ ସୁବର୍ଣ୍ଣ ରଙ୍ଗରେ ପରିଣତ ହୋଇଥିଲା, ଯାହା ନିଆଁ ପରି ଦେଖାଯାଉଥିଲା । ଯେତେବେଳେ ଏହି ଭିଡିଓ ରେକର୍ଡ ହେଲା, ଦେଖାଗଲା ଯେପରି ମୟୂର ତା ପାଟିରୁ ନିଆଁ ବାହାର କରୁଛି । ଏହି ଭିଡ଼ିଓକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଅନେକ ଲେଖିଛନ୍ତି ଯେ, ପ୍ରକୃତି ବହୁତ ସୁନ୍ଦର ।

Leave A Reply

Your email address will not be published.