Latest Odisha News

ବସରେ ଦୀପ ଜାଳି ଶୋଇଥିଲେ, ଅଗ୍ନିକାଣ୍ଡ ଯୋଗୁଁ ଜଳିଗଲେ

ରାଞ୍ଜି: ଦୀପାବଳିରେ ବଡ ଅଘଟଣ। ବସରେ ଦୀପ ଜାଳି ଦୀପାବଳି ପାଳନ କରୁଥିଲେ। ହେଲେ ଶୋଇଥିବା ବେଳେ ଉଭୟ ନିଆଁର ଆଁରେ ଜଳିଯାଇଛନ୍ତି। ରାଞ୍ଚିର କାଣ୍ଟାଟୋଲିରେ ଥିବା ଖଡାଗଡା ବସ୍ ଷ୍ଟାଣ୍ଡରେ ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବସଟିରେ ଏତେ ଜୋର ନିଆଁ ଲାଗିଥିଲା ଯେ ଆଖପାଖ ଅଞ୍ଚଳ ଅନ୍ଧାର ଥିଲେ ମଧ୍ୟ ଆଲୋକିତ ହୋଇଯାଇଥିଲା। ଆଉ ହୁତୁ ହୁତୁ ହୋଇ ନିଆଁରେ ପୋଡି ହୋଇ ଯାଇଛି ବସଟି ।

ବସଷ୍ଟାଣ୍ଡରେ ବସଟି ଅଟକି ରହିଥିଲା। ଏହି ସମୟରେ ଦୁର୍ଘଟଣା ଘଟିଛି। ଡ୍ରାଇଭର ଏବଂ ଅନ୍ୟ ଜଣେ ସହଯୋଗୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମଦନ ଏବଂ ଇବ୍ରାହିମ ବୋଲି ଜଣାପଡିଛି। ମଦନ ବସର ଡ୍ରାଇଭର ଥିବାବେଳେ ଇବ୍ରାହିମ ବସରେ ସହଯୋଗୀ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ମଦନ ଏବଂ ଇବ୍ରାହିମ ଦୀପ ଜାଳିବା ପରେ ବସ୍ ଭିତରେ ଶୋଇ ପଡିଥିଲେ। ଦୀପର ନିଆଁ ବସ ଭିତରେ ଲାଗିଯାଇଥିବା ଆଶଙ୍କା କରାଯାଉଛି। ଯେହେତୁ, ଇବ୍ରାହିମ ଏବଂ ମଦନ ନିଘୋଡ ନିଦରେ ଶୋଇପଡିଥିଲେ ତେଣୁ ସେମାନେ କିଛି ଜାଣିବା ପୂର୍ବରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ନିଆଁ ଏତେ ଭୟଙ୍କର ଥିଲା ଯେ ସେମାନେ ବାହାରକୁ ଯିବାର ସୁଯୋଗ ପାଇନଥିଲେ। ନିଆଁ ଲିଭିଯିବା ପରର ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରିଛି।

ଦିପାବଳୀ ଦିନ ଘଟିଥିବା ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ବସଷ୍ଟାଣ୍ଡରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ହତବାକ କରି ଦେଇଛି। ଏ ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଛି। ପୋଲିସ ତଦନ୍ତ କରୁଥିବା ସୂଚନା ରହିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ଏହି ଘଟଣାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଟୁଇଟ୍ କରି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରଵର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Comments are closed.