ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ଛତ୍ରପଦା ଗାଁରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଅନେକ ଘର ପଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି।
ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡରେ ୨୦ରୁ ଅଧିକ ଘର ପୋଡ଼ିଯାଇ ଥିବା ବେଳେ ୧୨୦ରୁ ଅଧିକ ପଶୁଙ୍କ ପ୍ରାଣହାନୀ ଘଟିଛି। ଏଥିସହିତ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ମଧ୍ୟରାତ୍ରିରେ ହଠାତ୍ ଘଟିଥିବା ଅଗ୍ନିକାଣ୍ଡ ଛତ୍ରପଦାର ଘରକୁ ଘର ବ୍ୟାପିଯାଇଥିଲା। ଫଳରେ ୨୦ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଥିଲା ବେଳେ ବହୁ ସମ୍ପତି କ୍ଷତି ହୋଇଛି।
ତେବେ ଏହି ଘଟଣାରେ ପ୍ରାୟ ୨୦ ଗୋରୁ ଏବଂ ୧୦୦ରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହା ସହିତ ଗ୍ରାମବାସୀମାନଙ୍କ ଶହ ଶହ ବସ୍ତା ଧାନ, ଆସବାବପତ୍ର ଏବଂ ଘରର ଆବଶ୍ୟକୀୟ ଜିନିଷପତ୍ର ନଷ୍ଟ ହୋଇଥିବା ରିପୋର୍ଟ କରିଛନ୍ତି। ଅପରପକ୍ଷରେ ସ୍ଥାନୀୟ କର୍ତ୍ତୃପକ୍ଷମାନେ ଆଶ୍ୱାସନା ଦେଇଛନ୍ତି ଯେ ପ୍ରଭାବିତ ପରିବାରଗୁଡ଼ିକୁ ଜରୁରୀକାଳୀନ ସହାୟତା ଯୋଗାଇ ଦିଆଯିବ। ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଆଶ୍ରୟ, ଖାଦ୍ୟ ଏବଂ ଆର୍ଥିକ ସହାୟତା ଭଳି ତୁରନ୍ତ ସହାୟତା ଯୋଗାଇ ଦିଆଯିବ।
Comments are closed.