Latest Odisha News

BREAKING NEWS

ଭୁବନେଶ୍ୱର ଷ୍ଟେଟବ୍ୟାଙ୍କ ବିଲ୍ଡିଂରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବାପୁଜୀନଗରସ୍ଥିତ ଷ୍ଟେଟବ୍ୟାଙ୍କ ଶାଖା ବିଲ୍ଡିଂରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି ।

ମିଳିଥିବା ସୂଚନାନୁଯାୟୀ, ଶନିବାର ସକାଳେ କିଛି ଲୋକ ବାପୁଜୀନଗର ଷ୍ଟେଟବ୍ୟାଙ୍କ ବିଲ୍ଡିଂର ୨ୟମହଲାରୁ ଧୁଆଁ ନିର୍ଗତ ହେଉଥିବାର ଦେଖି ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଏହା ଜାଣିପାରି, କଳ୍ପନା ଛକରୁ ୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ।

ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁସାରେ ଦମକଳ ବାହିନୀ ନିଆଁକୁ ସମ୍ପୂର୍ଣ୍ଣଭାବେ ଲିଭାଇବାକୁ ସକ୍ଷମ ହୋଇପାରିଛନ୍ତି ।

ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ, ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କ କାର୍ଯ୍ୟାଳୟରେ ଥିବା କେତେକ ଇଲେକ୍ଟ୍ରୋନିକ୍ ଆସବାବପତ୍ର ଏବଂ ଫାଇଲ ବ୍ୟତୀତ ଅନ୍ୟକିଛି ସାମଗ୍ରୀ ନିଆଁରେ ଜଳିନାହିଁ । ସେପରି କିଛି ବିଶେଷ ଧରଣର କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ବ୍ୟାଙ୍କର ବରିଷ୍ଠ ଅଧିକାରୀ ।

ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ ।

Leave A Reply

Your email address will not be published.