Latest Odisha News

BREAKING NEWS

ଅହମ୍ମଦାବାଦ ସୂତା କଳରେ ଅଗ୍ନିକାଣ୍ଡ: ୩ ଓଡ଼ିଆ ମୃତ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ଥିବା ସୂତା କଳରେ ନିଆଁ ଲାଗି ଘଟି ୫ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ଜଣ ଓଡ଼ିଆ ଶ୍ରମିକ ରହିଛନ୍ତି। କାମ କରୁଥିବା ସମୟରେ ଗ୍ୟାସ୍‌ ଟାଙ୍କରେ ନିଆଁ ଲାଗି ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସମସ୍ତ ମୃତ ଓଡ଼ିଆ ଯାଜପୁରର ହୋଇଥିବା ସୂଚନା ମିଳିଛି । ସେମାନେ ଅହମ୍ମଦାବାଦର ଲୋଟସ ସୂତା କମ୍ପାନୀରେ କାମ କରୁଥିଲେ । ମୃତକ ହେଲେ ଯାଜପୁର ସଦର ଥାନା ରେକାବୀ ବଜାର ଅଞ୍ଚଳର ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ । ୩ ବର୍ଷ ହେଲା ସମସ୍ତେ ଅହମ୍ମଦାବାଦରେ ଥିବା ସୂତା କଳରେ କାମ କରୁଥିବା ଜଣାପଡ଼ିଛି ।

Comments are closed.