Latest Odisha News

BREAKING NEWS

ବାଲେଶ୍ଵର FM ମେଡିକାଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ

ବାଲେଶ୍ଵର: ବାଲେଶ୍ଵର FM ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ । AC ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ କାରଣରୁ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ବର୍ତ୍ତମାନ ନିଆଁକୁ ସମ୍ପୁର୍ଣ୍ଣ ଭାବରେ ଆୟତ୍ତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଏଫଏମ ମେଡିକାଲ କଲେଜର କେମୋ ୱାର୍ଡ ବାହାରେ ଲାଗିଥିବା ଏସି କମ୍ପ୍ରେସରରେ ନିଆଁ ଲାଗିଯାଇଥିଲା | ନିଆଁ ଦେଖି ଭୟଭୀତ ହୋଇ ଓ୍ବାର୍ଡରୁ ବାହାରି ଆସିଥିଲେ ରୋଗୀ ଓ ସମ୍ପର୍କୀୟ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ବର୍ତ୍ତମାନ ମେଡିକାଲ୍ କର୍ମଚାରୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ସମ୍ପୁର୍ଣ୍ଣ ଭାବରେ ଆୟତ୍ତ କରାଯାଇଛି । ACରେ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଥିବା ବେଳେ ଏଥିରେ କାହାର କିଛି କ୍ଷତି ହୋଇନାହିଁ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

Leave A Reply

Your email address will not be published.