Latest Odisha News

ଟ୍ରେନ କୋଚରେ ନିଆଁ ଲାଗିବା ଘଟଣା, ଘଣ୍ଟେ ଭିତରେ ନିଆଁକୁ ଆୟତ୍ତ କଲେ ଫାୟାର ବ୍ରିଗେଡ

ଅମରାବତୀ: ଆଜି ସକାଳେ ବିଶାଖାପାଟନମ ରେଳ ଷ୍ଟେସନରେ କୋରବା-ବିଶାଖାପାଟନମ ଏକ୍ସପ୍ରେସରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନଟି ପ୍ଲାଟଫର୍ମରେ ଛିଡା ହୋଇଥିବା ବେଳେ ନିଁଆ ଲାଗି ୩ଟି ଏସି ବଗି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀ ମୃତାହତ ହୋଇନଥିଲେ । ଠିକ୍ ସମୟରେ ସମସ୍ତ ଯାତ୍ରୀଙ୍କୁ ଟ୍ରେନ ଭିତରୁ ସୁରକ୍ଷିତ ବାହାର କରାଯାଇଥିବାରୁ ଏକ ବଡ଼ ଅଘଟଣ ଟଳି ଯାଇଥିଲା ।

ତେବେ ବିଶାଖାପାଟଣା ରେଳ ଷ୍ଟେସନ ଠାରେ ବନ୍ଦ ଅବସ୍ଥାରେ ଥିବା ଏକ ଖାଲି ଏସି କୋଚରେ ଲାଗିଥିବା  ନିଆଁକୁ ଖୁବଶୀଘ୍ର ଆୟତ୍ତ କରାଯାଇଥିଲା । ଏହି କୋଚଟି ସକାଳ ସାଢେ ୬ଟାରେ ବିଶାଖାପାଟଣା ଷ୍ଟେସନ ଠାରେ ପହଞ୍ଚି ଏହାର ଯାତ୍ରା ସମାପ୍ତ କରିଥିଲା । ସକାଳ ୯ଟା ୪୦ ମିନିଟରେ ରକ୍ଷଣାବେକ୍ଷଣ ପାଇଁ କୋଚ ମେଣ୍ଟେନାନ୍ସ ଡିପୋକୁ ଯିବା ପୂର୍ବରୁ ଏଥିରେ ଧୂଆଁ ବାହାରୁଥିବା ଦେଖି ଡ୍ୟୁଟିରେ ଥିବା ଆରପିଏଫ ଓ କ୍ୟା୍ଟେରିଙ୍ଗ କର୍ମଚାରୀ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଷ୍ଟେସନ ଷ୍ଟାଫ ଓ ଆରପିଏଫ ପକ୍ଷରୁ ଆନ୍ଧ୍ର ପ୍ରଦେଶ ଫାୟାର ବ୍ରିଗେଡକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଫାୟାର ବ୍ରିଗେଡ ପହଞ୍ଚି ପ୍ରାୟ ଘଣ୍ଟାଏ ମଧ୍ୟରେ ନିଆଁ କୁ ଆୟତ୍ତ କରିଥିଲା ।

ରେଳ ଚଳାଚଳ କ୍ଷେତ୍ରରେ କୌଣସି ପ୍ରଭାବ ନଥିବାବେଳେ ସମସ୍ତ ଟ୍ରେନ ସଠିକ ସମୟରେ ଚଳାଚଳ କରିଥିଲା । ଟ୍ରେନ କୋଚକୁ ଅନୁସନ୍ଧାନ ଓ ପରୀକ୍ଷଣ ପାଇଁ କୋଚ ମେଣ୍ଟେନାନ୍ସ ଡିପୋକୁ ନିଆଯାଇଅଛି । ଅନ୍ୟପଟେ ଏହି ଘଟଣା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦିଆଯାଇଅଛି ।

Comments are closed.