ଅହମ୍ମଦାବାଦ: ଗୁଜୁରାଟର ବନାସକାଣ୍ଠା ଜିଲ୍ଲାରେ ଏକ ବାଣ କାରଖାନାରେ ଏକ ବିସ୍ଫୋରଣ ଘଟି ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପାଞ୍ଚ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୋଲିସର ସୂଚନା ଅନୁଯାୟୀ, କାରଖାନାରେ ବାଣ ତିଆରି ସମୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖର କୋଠାଗୁଡ଼ିକ ମଧ୍ୟ ଥରି ଉଠିଥିଲା। ବିସ୍ଫୋରଣ ସମ୍ପର୍କରେ ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ତେବେ ପ୍ରଶାସନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଫ୍ୟାକ୍ଟ୍ରିରେ ସୁରକ୍ଷା ମାନଦଣ୍ଡ ଠିକ୍ ଥିଲା କି ନାହିଁ ସେନେଇ ଯାଞ୍ଚ କରାଯାଉଛି।
Comments are closed.