Latest Odisha News

ପ୍ୟାକେଜିଂ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ହୁହୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ହରିଦ୍ୱାର: ଉତ୍ତରାଖଣ୍ଡ ସିଡ଼ିକୋଲ ହରିଦ୍ୱାର ନିକଟ ଏକ ପ୍ୟାକେଜିଂ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ହୁହୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ନିଆଁ ଏତେ ଜୋର୍ ଲାଗିଥିଲା ଯେ ଗୋଦାମର ସବୁ କିଛି ଜଳିପୋଡ଼ ପାଉଁସ ହୋଇଛି। ଏହି କାରଖାନାରେ ଥର୍ମୋକଲ୍ ପ୍ଲେଟ୍ ଏବଂ ଅନ୍ୟାନ୍ୟ ଜିନିଷ ତିଆରି କରାଯାଏ। ବର୍ତ୍ତମାନ ପ୍ରାୟ ୮ଟି ଅଗ୍ନିଶମ ବାହିନୀ ଗାଡି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ନିଆଁକୁ ନିୟନ୍ତ୍ରଣ କରାଯାଇ ନାହିଁ। ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁ ଆୟତ୍ତ ହୋଇଥିବା ସିଟି ଏସ୍‌ପି ସୂଚନା ଦେଇଛନ୍ତି।

କାରଖାନାର ଏହି ବ୍ୟାପକ ନିଆଁ ଲିଭାଇବା ପାଇଁ ହରିଦ୍ୱାର, ଭେଲ୍, ସିଡ୍କୁଲ୍, ରୁରକୀ, ଋଷିକେଶ ଏବଂ ଅନ୍ୟାନ୍ୟ ଅଞ୍ଚଳର ନିଆଁ ଲିଭାଇବା ଗାଡ଼ି ଆସି ନିଆଁ ଲିଭାଇବାରେ ନିୟୋଜିତ ଥିଲେ। ତେବେ ଗୋଦାମରେ ନିଆଁ ଲାଗିବା ସମୟରେ ସୌଭାଗ୍ୟବଶତଃ ତା’ଭିତରେ କେହି ନଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଏସପି ସିଟି ସ୍ୱତନ୍ତ୍ର କୁମାର କହିଛନ୍ତି ଯେ କାରଖାନାରେ ପ୍ୟାକେଜିଂ କାର୍ଯ୍ୟ କରାଯାଏ ଏବଂ ଥର୍ମୋକଲ ଇତ୍ୟାଦି ସମ୍ବେଦନଶୀଳ ଜିନିଷ ରହିଥିଲା। ତେବେ ଏଠାରେ ନିଆଁ ଲାଗିବା ମାତ୍ରେ ନିଆଁ ଅତି ଶୀଘ୍ର ବ୍ୟାପିଯାଇଥିଲା।

କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ସେ ନେଇ କିଛି ସୂଚନା ମିଳିନାହିଁ। ସଟ୍‌ସର୍କିଟ୍‌ ଯୋଗୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ମାମଲାର ତଦନ୍ତ ଜାରି ରଖିଛି। ଏହି କାରଖାନାର ଅନ୍ୟ କାରଖାନାଗୁଡ଼ିକରେ ନିଆଁ ବ୍ୟାପି ନଯିବା ପାଇଁ ଚାରିଆଡେ ଅଗ୍ନିଶମ ବାହିନୀ ନିୟୋଜିତ କରାଯାଇଛି। ଏଥିସହ ନିଆଁରେ ଲିଭାଇବା ପାଇଁ ପାଣିର ବର୍ଷା କରାଯାଉଛି। ଏସପି କହିଛନ୍ତି ଯେ ବର୍ତ୍ତମାନ ଆମର ପ୍ରାଥମିକତା ହେଉଛି ଯେ ନିଆଁ ଅନ୍ୟ କାରଖାନାକୁ କିପରି ନବ୍ୟାପେ ଏବଂ ନିଆଁକୁ କିପରି ନିୟନ୍ତ୍ରଣ କରାଯିବ।

Comments are closed.